ଓଲଟି ପଡ଼ିଲା ଅଟୋ, ଗୋଟିଏ ପରିବାରର ପାଞ୍ଚ ଆହତ

0
39
ଓଲଟି ପଡ଼ିଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୨୪/୦୨) : କୋରାପୁଟ ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ପାଲୁରୁ ବିଏସଏଫ କ୍ୟାମ୍ପ ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ଓଲଟି ପଡ଼ିଲା ଅଟୋ । ଦୁର୍ଘଟଣାରେ ଅଟୋରେ ଥିବା ଗୋଟିଏ ପରିବାର ପାଞ୍ଚ ଜଣ ଆହତ । ଆହାତଙ୍କୁ ନାରାୟଣପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି । ମା ଓ ଏକ ବର୍ଷର କୁନି ପୁଅର ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ମୁଖ୍ୟ ଚିକିତ୍ସଲୟକୁ ପଠାଯାଇଛି । ସୂଚନା ଥାଉ ଅଟୋ ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ଅଟୋ ଟି ଓଲଟି ପଡ଼ିଥିଲା । ଫଳରେ ଅଟୋ ରେ ଥିବା ଯାତ୍ରୀ ଅଟୋ ତଳେ ଚାପି ହୋଇ ଯାଇଥିଲେ । ରାସ୍ତାରେ ଯାତାୟାତ କରୁଥିବା ଲୋକେ ଦେଖି ସମସ୍ତଙ୍କୁ ଉଦ୍ଧାର କରି ନାରାୟଣପାଟଣା ଗୋଷ୍ଠି କେନ୍ଦ୍ର କୁ ପଠାଇ ଥିଲେ ।