ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

0
70
ଝୁଲନ୍ତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର, (୨୪/୦୨) : ଝରୀଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଭରକିଭଟ୍ଟା ଗ୍ରାମ ରଙ୍ଗମାଟିଗୁଡାର ଗୋରୀ ଗୌଡ଼ ଏବଂ ସେହି ଗ୍ରାମର ମୋହନ ଗୌଡ଼ଙ୍କ ଝୁଲନ୍ତା ମୃତ ଦେହ ଭୋର ସକାଳ ଗାଁ ନିକଟ ପ୍ରାୟ ୩୦୦ ମିଟର ଦୂରରେ ଥିବା ଏକ ତେନ୍ତୁଳିଗଛରୁ ଉଦ୍ଧାର କରିଛନ୍ତି ।

ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର । ଗ୍ରାମବାସୀ, ସୂଚନା ପ୍ରକାରେ ଗତକାଲି ପାଖ ଗାଇବନ୍ଧା ଗ୍ରାମକୁ ସାଙ୍ଗସାଥିଙ୍କ ସହ ନାଟ ଦେଖିବା ଲାଗି ଯାଇଥିଲେ। ତେବେ ସକାଳୁ ଗ୍ରାମର କିଛିଲୋକ ମହୁଲ ଗୋଟେଇବା ଲାଗି ଯାଇଥିବା ବେଳେ ଉଭୟଙ୍କୁ ଏକ ତେନ୍ତୁଳି ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଉଭୟଙ୍କ ପରିବାର ଏ ସମ୍ପର୍କରେ ଥାନାରେ ଅଭିଯୋଗ ଦେଇଥିବା ଜଣାପଡିଛି । ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ସୂଚନା ମିଳିଛି ।