ପାରିଗଡ ପଞ୍ଚାୟତ ର ଶତାଧିକ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡି ରେ ସାମିଲ

0
125
ପାରିଗଡ

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୨୩/୨) : ବାଲିଗୁଡା ବରାଳଦେବୀ ମନ୍ଦିର ନିକଟରେ ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଅଛି l

ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ତଥା କନ୍ଧମାଳ ସାଂସଦଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ ଙ୍କ ଉପସ୍ଥିତ ରେ ବିଜେଡି ରେ ସାମିଲ ହୋଇଛନ୍ତି ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ l କନ୍ଧମାଳ ସାଂସଦ ଙ୍କ କୋଟଗଡ଼ ପ୍ରତିନିଧି ମନୋଜ ସାବତ ଙ୍କ ନେତୃତ୍ୱ ରେ ପାରିଗଡ଼ ପଂଚାୟତ ର ଚାରୋଟି ୱାର୍ଡ ର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ନିଜ ଦଳ ଛାଡି ବିଜେଡି ରେ ଯୋଗ ଦେଇଛନ୍ତି l

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶଧାରା ରେ ଅନୁପ୍ରାଣିତ ହୋଇ ବିଜେଡି ରେ ସାମିଲ ହୋଇଥିବା ବିଜେପି ଓ କଂଗ୍ରେସ ଦଳ ଛାଡିଥିବା କର୍ମୀ କହିଛନ୍ତି l ମିଶ୍ରଣ ପର୍ବ ଅବସରରେ ଦୀର୍ଘ ବର୍ଷ ହେବ ଅସମ୍ପୂର୍ଣ୍ଣ ଥିବା ପାଟଖଣ୍ଡା ମନ୍ଦିର ର ଉନ୍ନତି କାର୍ଯ୍ୟ ନେଇ ବାଲିଗୁଡା ସାଂସଦ ପ୍ରତିନିଧି ଙ୍କୁ ଅବଗତ କରେଇଥିଲେ l ଅସମ୍ପୂର୍ଣ୍ଣ ଥିବା ଜାଣିବା ପରେ ପାଟଖଣ୍ଡା ମନ୍ଦିର ଉନ୍ନତି ନିମନ୍ତେ ନିଜସ୍ୱ ସହାୟତା ରାଶି ପ୍ରଦାନ କରିଛନ୍ତି ସାଂସଦ ପ୍ରତିନିଧି ଟୁନା ଦାସ l ନିଜସ୍ୱ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ବିଧାୟକ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି l