ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଆନୁକୂଲ୍ୟରେ ବାଲ୍ୟବିବାହ ଏବଂ ଶିଶୁ ଚାଲାଣ ପ୍ରତିରୋଧ ବିଷୟରେ ଆଲୋଚନା ଚକ୍ର

0
58
ରାଜ୍ୟ ସମାଜ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୬/୨) : ଢେଙ୍କାନାଳ ଜିଲ୍ଲା ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ବାଲ୍ୟ ବିବାହ ତଥା ମହିଳା ଏବଂ ଶିଶୁ ଚାଲାଣ ପ୍ରତିରୋଧ ସମ୍ବନ୍ଧରେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି ।

ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁର କୁମାର ସାମଲ ଯୋଗଦେଇ ବାଲ୍ୟ ବିବାହ ଏବଂ ଶିଶୁ ଚାଲାଣକୁ ଏକ ସମ୍ବେଦନଶୀଳ ବିଷୟ ବୋଲି କହିଥିଲେ । ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ଯକ୍ଷା କଲ୍ୟାଣୀ ନାୟକ ସାଗତ ଭାଷଣ ଦେଇ ତାଙ୍କ ଅଭିଭାଷଣ ରଖୁଥିଲେ ଏବଂ ସଭାକୁ ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥି ଭାବେ ଡିଏସ୍‌ପି ନିଲତା ମୋଦି, ଅନ୍ୟତମ ଅତିଥିଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିତା ଶର୍ମା, ବୋର୍ଡ ମେମ୍ବର ରିଜଓ୍ବାନା ବେଗମ୍, ଏସ୍‌ଆଇ ବିଷ୍ଣୁପ୍ରିୟା ରଣା ପ୍ରମୁଖ ବିଷୟବସ୍ତୁ ଉପରେ ତାଙ୍କର ବକ୍ତବ୍ୟ ରଖୁଥିଲେ । ଅଧ୍ୟାପିକା ଡ. ପୁଷ୍ପଲତା ରଥ ଏବଂ ସମାଜସେବୀ ସୁଶାନ୍ତ କୁମାର ପାଣି ବାଲ୍ୟ ବିବାହ ମହିଳା ଏବଂ ଶିଶୁ ଚାଲାଣ କାରଣ, ନିରାକରଣ ତଥା ଆଇନ୍‌ଗତ ପକ୍ଷେପ ବିଷୟରେ ସବିଶେଷ ଆଲୋଚନା କରିଥିଲେ ।

ଏହି ଆଲୋଚନା ଚକ୍ରରେ ବୋର୍ଡ ସଭ୍ୟା ସାଗରିକା ମିଶ୍ର ଅତିଥ୍ ପରିଚୟ ପ୍ରଦାନ କରିଥିଲେ। ହୀନ ବେହେରା, ସୁଶ୍ରୀ ଦେବସ୍ମିତା ଦାସ, ଚନ୍ଦ୍ରଲେଖା ବହିଦାର, ବାସନ୍ତି ସିଂ ପ୍ରମୁଖ ଉପସ୍ଥିତ ଥିଲେ । ବୋର୍ଡ ସଭ୍ୟା ଶାରଳା ସାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ବିଭିନ୍ନ ବିଭାଗୀୟ ଅଧିକାରୀ, କଲେଜ୍ ଛାତ୍ରୀ, ମିଶନ୍‌ ଶକ୍ତି ମହିଳା, ଅଙ୍ଗନୱାଡି କର୍ମୀ, ବିଭିନ୍ନ ସେଚ୍ଛାସେବୀ ଅନୁଷ୍ଠାନର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ଯମ ପ୍ରତିନିଧ ଯୋଗଦେଇଥିଲେ। ଶ୍ରୋୟା ଅନୁଷ୍ଠାନର ସଂପାଦକ ଜ୍ୟୋତି ରଞ୍ଜନ ମହାରଣା କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।