ବରାଳଦେବୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସ ଯାତ୍ରା

0
204
ବରାଳଦେବୀ

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୨୬/୨) : ବାଲିଗୁଡା ସହର ର ସର୍ବପୁରାତନ ମା ବରାଳଦେବୀ ପୀଠ ର ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l

କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ମା ବରାଳଦେବୀ ଙ୍କ ଏହି ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ କାର୍ଯ୍ୟ ଆୟୋଜିତ ହୋଇଅଛି l ଏହି ଅବସରରେ ଗତକାଲି ଅଙ୍କୁରାରୋପଣ କାର୍ଯ୍ୟ ସମାପନ ହୋଇଥିବା ବେଳେ ଆଜି କଳସ ଯାତ୍ରା ନିମନ୍ତେ କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ ଙ୍କୁ ମୁଖ୍ୟକର୍ତ୍ତା ରୂପେ ବରଣ କରାଯାଇଥିଲା l ପରେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର , ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷକ ଅଜୟ ମହାରଣା, ବାଲିଗୁଡା ନଗର ସଭାପତି ଅବନୀକାନ୍ତ ନାୟକ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ଙ୍କ ସମେତ ହଜାର ହଜାର ଶ୍ରଦ୍ଧାଳୁ ଏହି କଳସ ଯାତ୍ରା ରେ ସାମିଲ ହୋଈଥିଲେ l

ବରାଳଦେବୀ ମନ୍ଦିର ନିକଟରୁ ମହା ପଟୁଆର ରେ ବାହାରି ନିକଟସ୍ଥ ଖଡ୍ଗ ନଦୀ ରେ ଗଙ୍ଗା ଓ ବରୁଣ ଦେବ ଙ୍କୁ ଆବାହନ ପରେ ଜଳାଧିଵାସ କରାଯାଇଥିଲା l ପରେ ଖଡ୍ଗ ନଦୀ ରୁ କଳସ ଶୋଭାଯାତ୍ରା ରେ ବାହାରି ହଜାର ହଜାର ଶ୍ରଦ୍ଧାଳୁ ବାଲିଗୁଡା ସହର ର ସମସ୍ତ ଦେବାଦେବୀ ଙ୍କୁ ବରଣ କରି ମା ବରାଳଦେବୀ ପୀଠ ରେ ପହଂଚିଥିଲେ l ମା ବରାଳଦେବୀ ଙ୍କ ଏହି ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ନାମଯଜ୍ଞ, ଘୃତ ଯଜ୍ଞ, ଅନ୍ନଯଜ୍ଞ ଆସନ୍ତା ମାର୍ଚ୍ଚ 1 ତାରିଖ ଯାଇଁ ଦୀର୍ଘ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବ l