ସ୍କୁଲରୁ ଫେରି ଗାଧୋଇବା ସମୟରେ ବୁଡିଗଲେ ଦୁଇ ସାଙ୍ଗ

0
72
ସ୍କୁଲରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡା, (୦୨/୦୩) : ନାଗାବଳୀ ନଦୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ । ରାୟଗଡ଼ା ଜିଲ୍ଲା ସlଚାନ୍ଦିଲି ଅଞ୍ଚଳରେ ନାଗାବଳୀ ନଦୀରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।

ପ୍ରଥମେ ତୁଳସା ଅବଦୁଲଙ୍କ ଝିଅ ଅନୁ ଅବଦୁଲକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡ଼ିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ନିଖୋଜ ଥିବା ରାଜକୁମାର ସୁନାଙ୍କ ଝିଅ ହେମlବତୀ ସୁନାକୁ ବର୍ତ୍ତମାନ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିଲେ ସୁଦ୍ଧା ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଅନୁ ଅବଦୁଲଙ୍କ ବୟସ ୧୦ ବର୍ଷ ହୋଇଥିବା ସମୟରେ ହେମlବତୀ ସୁନାଙ୍କ ବୟସ ୧୧ ବର୍ଷ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ଦୁଇ ସାଙ୍ଗ ସ୍କୁଲରୁ ଫେରି ଗାଧୋଇବା ସମୟରେ ଏପରି ଅଘଟଣ ଘଟିଥିଲା ।