ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ହୁଇଲ ଚେୟାର ଦିବସ ପାଳିତ

0
61
ଜିଲ୍ଲାସ୍ତରୀୟ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୩) : ସୁବର୍ଣ୍ଣପୁର ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ହୁଇଲ ଚେୟାର ଦିବସ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ଓ ସୁବିଧା ସୁଯୋଗ ଉପରେ ମତବ୍ୟକ୍ତ କରିବା ସହ ସମସ୍ତ ଦିବ୍ୟାଙ୍ଗଙ୍କୁ ସମାଜ ର ମୁଖ୍ୟ ସ୍ରୋତରେ ପହଂଚାଇବା ନିମନ୍ତେ ସବୁ ସ୍ତରରେ ଆବଶ୍ୟକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ ଦୁର୍ଗାଦତ୍ତ ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଅସ୍ଥିଶଲ୍ୟ ବିଶେଷଜ୍ଞ ଡଃ କୃତିବାସ ସୁବୁଦ୍ଧି, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ତିନି ଜଣ ଯଥା ଜୁଲି ଦେହେରୀ, ନନ୍ଦିନୀ ନାୟକ ଏବଂ ଭୂମି ସୂତା କୁମ୍ଭାର ଙ୍କୁ ସିଲେଇ ମେସିନ୍ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ୨୭ ଜଣ ଙ୍କୁ ହୁଇଲ୍ ଚେୟାର ପ୍ରଦାନ କରାଯାଇଥିବା ବେଳେ ୫ ଜଣ ଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା । ମ୍ୟୁଜିକ୍ ଚେୟାର (ହୁଇଲ ଚେୟାର) , ପେଗ୍ ବୋର୍ଡ ପଜଳ, ରିଚିଂ ଦ ଟାର୍ଗେଟ ଏବଂ ରଙ୍ଗଲି ପ୍ରତିଯୋଗିତାରେ କୃତି ଭିନ୍ନକ୍ଷମ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।

ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ, ତରଭା ପ୍ରଭାସ କୁମାର କର୍ଣ୍ଣ ସଭା ସଂଯୋଜନା କରିଥିଲାବେଳେ ଉଲୁଣ୍ଡା ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀରୋଦ ଭୂଷଣ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ, ସାମ୍ବାଦିକ,ସମସ୍ତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ, ସମସ୍ତ କନିଷ୍ଠ ସହାୟକ, ସମସ୍ତ କାର୍ଯ୍ୟକ୍ରମ ସହାୟକ, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର, ରେଆର, ଏନ୍. ଆର. ଡି. ସି, ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ବିଦ୍ୟାଳୟ, ବ୍ଲଇଣ୍ଡ ଏଣ୍ଡ ଡିବ ଡମ୍ବ ସ୍କୁଲ, ତରଭା ର କର୍ମ କର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ l