ନୂଆ-ଓ ଛାତ୍ରବୃତ୍ତି ଅନୁଦାନ ପତ୍ର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
43
ନୂଆ-ଓ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୬/୩) : ଆଜି ଗୁଣପୁର ମହାବିଦ୍ୟାଳୟରେ ନୂଆ-ଓ ଛାତ୍ରବୃତ୍ତି ଅନୁଦାନ ପତ୍ର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 03 06 at 10.25.00 ନୂଆ-ଓ ଛାତ୍ରବୃତ୍ତି ଅନୁଦାନ ପତ୍ର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଏଥିରେ ମୁଖ୍ୟ ଅତିଥି ଭାବରେ ଗୁଣପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ ଯୋଗଦେଇ ଅନୁଦାନ ଅର୍ଥ ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା ଲାଭ ନିମନ୍ତେ ସହାୟକ ହେବ ବୋଲି ମତ ରଖିଥିଲେ, ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶିଭୂଷଣ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରି ଅନୁଷ୍ଠାନର ସାମୁହିକ ବିକାଶ ସହ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭ କରିବାପାଇଁ ଅର୍ଥ ଆଉ ବାଧକ ହେବ ନାହିଁ ବୋଲି ମତ ଦେଇଥିଲେ । ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ମୋହନ ଚନ୍ଦ୍ର ସାହୁ ଛାତ୍ରବୃତ୍ତି ଟଙ୍କାରେ ପୁସ୍ତକ କିଣିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରାଧ୍ୟାପକ ଡକ୍ଟର ଜୱାହାରଲାଲ ଚୌଧୁରୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରକାଶ କରିବା ସହ ଅନୁଷ୍ଠାନର ୧୧୭୮ଜଣ ଛାତ୍ର ଓ ଛାତ୍ରୀ ଏହି ନୂଆ-ଓ ଛାତ୍ରବୃତ୍ତି ପାଇବେ ବୋଲି ସୂଚନା ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିଜୁ ଯୁବ ଜନତା ଦଳର ଉପସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ନୂଆ-ଓ ଛାତ୍ରବୃତ୍ତିର ନୋଡାଲ ଅଫିସର ଡକ୍ଟର ସତ୍ୟବାନ ଗରଡା ମଧ୍ୟ ଉପସ୍ଥିତ ଥିଲେ । ଛାତ୍ରବୃତ୍ତି ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଅନୁଦାନ ପତ୍ର ପ୍ରଦାନ କରାଯାଇଥିଲା । ଅଧ୍ୟାପକ ଜଗନ୍ନାଥ ଦୀପ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ମଞ୍ଚାସିନ ଅତିଥିମାନେ ସରକାରଙ୍କ ଏହି ପ୍ରୟାସକୁ ଭୂୟସି ପ୍ରଶଂସା କରିଥିଲେ । ଦ୍ୱିତୀୟ ବର୍ଷର ଛାତ୍ରୀ ସୁଶ୍ରୀ ପ୍ରିୟଙ୍କା ରଥ ଏହି ଅର୍ଥ ଉଚ୍ଚଶିକ୍ଷା ଲାଭ କରିବାପାଇଁ କେମିତି ସହାୟକ ହେବ ତାହା ପ୍ରକାଶ କରିବାସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । ଏନ.ସି.ସି ଛାତ୍ରମାନେ ସଭା କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାପାଇଁ ସହଯୋଗ କରିଥିଲେ । ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା ।