ବିଜେଡି କାର୍ଯ୍ୟାଳୟ ରେ ପ୍ରବାଦ ପୁରୁଷ ଙ୍କ ଜୟନ୍ତୀ ପାଳିତ

0
45
ବିଜେଡି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୬/୩) : ଗଜପତି ଜିଲ୍ଲା ର ପାରଳାଖେମୁଣ୍ଡି ସ୍ଥିତ ବିଜେଡି ପାର୍ଟି କାର୍ଯ୍ୟାଳୟରେ ଗତ କାଲି ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ।

ପ୍ରଥମେ ବିଜୁ ବାବୁଙ୍କ କଲେଜ ପାଖରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ପରେ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ପାର୍ଟି କାର୍ଯ୍ୟକାୟ ରେ ଏକ ସଭା ଅନୁଷ୍ଠିତ ହୋଇଥିବା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ, ରାଜ୍ୟ ଯୁବ ବିଜେଡି ଉପ ସଭାପତି ରୁପେଶ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ଶ୍ରୀ ବସନ୍ତ ଦାସ, କାଶୀନଗର ଏନ ଏ ସି ଅଧ୍ୟଖ୍ୟା ଶ୍ରୀମତୀ ଏମ ସୁଧାରଣୀ, ଜିଲ୍ଲା ପରିଷଦ ସଭ୍ୟା ରକମ ରାଜଲକ୍ଷ୍ମୀ, ଜିଲ୍ଲା ଉପ ସଭାପତି ରଜମ ସତୀଶ, ବହୁ ଦଳୀୟ କର୍ମୀ ଓ ପଦାଧିକାରୀ ଯୋଗ ଦେଇ ମହାନ ପୁରୁଷ ଙ୍କ ସ୍ମୃତି ଚାରଣ କରି ସପଥ ନେଇଥିଲେ ।