ପୋଖରୀରେ ବୁଡି ଦୁଇ ମୃତ

0
35
ପୋଖରୀରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୬/୦୩) : ପୋଖରୀରେ ବୁଡି ଦୁଇ ମୃତ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ମୁସ୍ତାଫାପୁର ପଞ୍ଚାୟତ ଗୋହିରାଟିକିରି ମଠ ପାଖ ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି ।

ମୃତକ ହେଲେ ହେମନ୍ତ ବିଶ୍ବାଳ ଓ କାନ୍ନା ବିଶ୍ଵାଳ, ତାଙ୍କ ଘର ଭଣ୍ଡାରିପୋଖରୀ କୋରିଗାଁ ପଞ୍ଚାୟତର ନାରୋଗଡିଆ ଗ୍ରାମରେ। ଉଭୟ ଶୌଚ ହେବାକୁ ଆସି ପୋଖରୀ ବୁଡି ଯାଇଥିବା ଜଣାପଡିଛି ।