ଶ୍ରୀ ଉମା ବିଶ୍ୱେଶର ସ୍ୱାମୀଙ୍କ ୩୬ତମ ବାର୍ଷିକ ଯାତ୍ରା

0
43
ଶ୍ରୀ ଉମା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୨/୩) : ଗଜପତି ଜିଲ୍ଲା ର କାଶୀନଗର ବ୍ଲଜ କିଣିଗାଁ ପଞ୍ଚାୟତର ଭେଣକାଟପୁର ଠାରେ ପର୍ବତ ଉପରେ ଥିବା ଶ୍ରୀ ଉମା ବିଶ୍ୱେଶର ପ୍ରଭୁ ଙ୍କ ୩୬ତମ ବାର୍ଷିକ ଯାତ୍ରା ଶିବ ରାତ୍ରି ଠାରୁ ସାତ ଦିନ ବ୍ୟାପି ଏହି ଯାତ୍ରା ଅନୁଷ୍ଠିତ ହେବ ବୋଲି ଏହି ଟ୍ରଷ୍ଟ ର ନିର୍ଦ୍ଦେଶକ ଶ୍ରୀ ବାରି କୃଷ୍ଣ ମୂର୍ତ୍ତି ଓ ଲୋତୁ ଗେଡା ରାମା ରାଓ ସୂଚନା ଦେଇଛନ୍ତି ।

ଗତ କାଲି ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାଵରା ତିରୁପତି ରାଓ ସସ୍ତ୍ରିକ ଏହି ମନ୍ଦିର ପରିଦର୍ଶନ କରି ପ୍ରଭୁ ଙ୍କ ଆସର୍ବାଦ ନେଇଛନ୍ତି । ଏହି ମନ୍ଦିର ଦୀର୍ଘ ୩୬ ବର୍ଷ ତଳେ ଏହି ମନ୍ଦିର ପ୍ରତିଷ୍ଠା ହୋଇଅଛି । ଏହି ମନ୍ଦିର ଭୁପୃଷ୍ଟ ଠାରୁ ବହୁ ଉଚ୍ଚରେ ରହିଛି । ଏହି ମନ୍ଦିରକୁ ୫୫୦ଟି ପାହାଚ ରହିଥିବା ବେଳେ ଜିଲ୍ଲାପରିଷଦ ର ଅନୁମଦନ କ୍ରମେ ଏମ ଜି ଗ୍ରାମୀଣ ନିଯୁକ୍ତି ଯୋଜନା ରେ ରାସ୍ତା କାମ ଅରମ୍ଭ ହୋଇଛି । ଏଠାକୁ ଆନ୍ଧ୍ର ଓ ଓଡିଶା ର ବହୁ ଶ୍ରଦ୍ଧାଳୁ ଏଠାକୁ ଆସନ୍ତି ।