ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ

0
59
ବିଭିନ୍ନ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୦୩) : ସୁବର୍ଣ୍ଣପୁର ନଳିନୀ ଛକ ଠାରେ ଜିଲ୍ଲା ପ୍ରଶାସନ ର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏକ ଅତ୍ୟାଧୁନିକ କୃଷକ ବଜାରର ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆହାର କେନ୍ଦ୍ର ନିକଟରେ ଜିଲ୍ଲାର ହେରିଟେଜ ପାର୍କର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ l ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ଅତ୍ୟାଧୁନିକ ବଜାରର ଭିତ୍ତି ପ୍ରସ୍ତର ର ଶୁଭ ଦେଇଥିବା ବେଳେ ହେରିଟେଜ ପାର୍କର ଲୋକାର୍ପଣ କରିଛନ୍ତି l କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ଅନ୍ୟା ଦାସ, ପୂର୍ତ୍ତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଇଂ ଦାମୋଦର କୈବର୍ତ୍ତ, ତହସିଲଦାର ସୌମ୍ୟ ରୂପା ରଥ, ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ପିତl ନାଏକ, ଯୋଗ ଦେଇ ଜିଲ୍ଲା ର ସମସ୍ତ କୃଷକ ଓ ସାଧାରଣ ଜନତା ଏହି ବଜାର ରେ ସୁବିଧା ପାଇ ପାରିବେ ବୋଲି କହିବା ସହ ଏହି ବଜାର ଜିଲ୍ଲାର କୃଷି ଓ କୃଷକ ଙ୍କୁ ସଶକ୍ତ କରିବାରେ ବିଶେଷ ସହାୟକ ହେବ l

ସେହିପରି ହେରିଟେଜ ପାର୍କ ଜିଲ୍ଲାର ଇତିହାସ ର ମୁକସାକ୍ଷୀ ହୋଇ ଜିଲ୍ଲାର ଐତିହ୍ୟ ପରମ୍ପରା କୁ ଉଦ୍ଜୀବିତ କରିବା ସାଙ୍ଗକୁ ଭବିଷ୍ୟତ ପୀଢ଼ି ନିମନ୍ତେ ପ୍ରେରଣା ଦାୟୀ ହୋଇପାରିବ l ବଜାର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ସଭାରେ ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଉଦିତ ବାବୁ ସଂଯୋଜନା କରିଥିଲେ l ସଭାରେ ଜିଲ୍ଲାର ବହୂ ବୁଦ୍ଧିଜିବୀ, ସଚେତନ ନାଗରିକ, ସ୍ଵଂୟ ସହାୟକ ମହିଳା ଓ ସୋନପୁର ସହରବାସୀ ଯୋଗ ଦେଇଥିଲେ l