ନୀତା ନୃତ୍ୟାଙ୍ଗନା ପକ୍ଷରୁ ମହିଳା ଦିବସ ପାଳନ

0
40
ନୀତା ନୃତ୍ୟାଙ୍ଗନା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୧/୩) : ସ୍ଥାନୀୟ ଅଗ୍ରଣୀ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ “ନୀତା ନୃତ୍ୟାଙ୍ଗନା’’ ତରଫରୁ ତଥା ଜିଲ୍ଲା ଶିକ୍ଷା ନିରୀକ୍ଷକଙ୍କ କାର୍ଯ୍ୟାଳୟର ସହାୟତାରେ ସ୍ଥାନୀୟ ବାପୁଜୀ ସରକାରୀ ଉ.ପ୍ରା. ବିଦ୍ୟାଳୟରେ ମହିଳା ଦିବସ ପାଳନ କରାଯାଇଥିଲା ।

ଏହି ଅବସରରେ ନୀତା ନୃତ୍ୟାଙ୍ଗନା ଅନୁଷ୍ଠାନ ତରଫରୁ ଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ, ବକ୍ତୃତା ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନର ସଭ୍ୟା ସୁଶ୍ରୀ ଅକ୍ତିମା ପ୍ରିୟଦର୍ଶିନୀ ପିଲାମାନଙ୍କୁ ନିଜକୁ କିପରି ଆତ୍ମରକ୍ଷା କରାଯାଇପାରିବ ଏ ବିଷୟରେ ଏକ ସୁଚିନ୍ତିତ କୌଶଳର ପ୍ରଦର୍ଶନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଅନୁଷ୍ଠାନର ନିର୍ଦ୍ଦେଶକ ବରିଷ୍ଠ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଯୋଗଦାନ କରି ମହିଳା ସଶକ୍ତିକରଣ ଓ ମହିଳାଙ୍କ ପ୍ରତି ଉଚିତ୍ ସମ୍ମାନ ପ୍ରଦାନ କରିବା କଥା କହିବା ଅବସରରେ ୧୯୨୮ ମସିହାରେ ତତ୍‌କାଳୀନ ରାଜା ଶଙ୍କର ପ୍ରତାପ ସିଂହଦେଓ ସ୍ଥାନୀୟ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟରୁ ବାହାରୁଥିବା ମୁଖପତ୍ର ‘ଶଙ୍କର ବିଜୟ’ରେ ମହିଳାମାନଙ୍କ ଉପରେ କିପରି ସାରଗର୍ଭକ କଥା ରାଜା ଲେଖୁଥିଲେ ତାହା ଦର୍ଶାଇ ଥିଲେ ।

ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ପ୍ରତିମା ସାଇଁ ଏବଂ ସହକାରୀ ଶିକ୍ଷୟିତ୍ରୀମାନେ ମହିଳାମାନେ ଏବେ ମଧ୍ଯ ସୁରକ୍ଷିତ ହୋଇପାରୁ ନାହାଁନ୍ତି କାହିଁକି ବୋଲି ବକ୍ତବ୍ୟରେ କହିଥିଲେ । କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବରେ ଅନୁଷ୍ଠାନର ସଂପାଦକ ଆଶିଷ ପାଲ୍ ପରିଚାଳନା କରୁଥିବାବେଳେ ଅଜିତ୍ ପାଲ୍, ସାଗରିକା ଶତପଥୀ, ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କୁ ସଂପାଦକ ଶ୍ରୀ ପାଲ୍ ଧନ୍ୟବାଦ ଦେବା ପରେ ସଭା କାର୍ଯ୍ୟକୁ ସାଙ୍ଗ କରାଯାଇଥିଲା ।