ନୃଶଂସ ପୁଅ; ମା’କୁ ହତ୍ୟା କରି ପୋଡ଼ି ଦେଲା !

0
50
ନୃଶଂସ ପୁଅ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ, (୧୪/୦୩) : ପରିବାରିକ କଳହର କରୁଣ ପରିଣତି । ଯେଉଁ ମା’ ଛୋଟରୁ ବଡ଼ କରିଥିଲା, ସେହି ମା’କୁ ହତ୍ୟା କରି ପୋଡ଼ି ଦେଲା ପୁଅ ।

ନୃଶଂସ ପୁଅ; ମା’କୁ ହତ୍ୟା କରି ପୋଡ଼ି ଦେଲା ! ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ନାହାକ ପଡ଼ା ଗ୍ରାମରେ । ମୃତ ମହିଳା ଜଣଙ୍କ ହେଲେ ମାନ ବେହେରା । ପୁଲିସ ପୁଅ ବଳିଆ ବେହେରାଙ୍କୁ ପଚରାଉଚରା କରୁଛି । ପାରିବାରିକ କଳହ ପାଇଁ ଗତକାଲି ରାତିରେ ମିନାଙ୍କୁ ବଳିଆ ବାଡ଼େଇ ବାଡ଼େଇ ହତ୍ୟା କରିଥିଲା । ସେଥିରେ ନୃଂଶସ ପୁଅର ମନ ବୁଝିନଥିଲା । ପରେ ମା’ର ମୃତଦେହକୁ ତରବରିଆ ଭାବେ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି ।ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ପୁଅକୁ ପଚରାଉଚରା କରିଛି । ବଳିଆ ନିଜ ମା’କୁ ମାରି ନାହିଁ ବୋଲି ପୁଲିସ ଆଗରେ କହିଛି । ହୃଦଘାତରେ ମା’ ମୃତ୍ୟୁ ଘଟିଥିବା ନିଜ ବୟାନରେ ପୁଲିସକୁ କହିଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୁଲିସ ବଳିଆକୁ ପଚରାଉରା କରୁଛି ।