ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କଳାବ୍ୟାଜ ପରିଧାନ

0
178
ଉତ୍କଳ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୫/୦୩) : ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କଳାବ୍ୟାଜ ପରିଧାନ । ରାଜ୍ୟରେ ବିଭିନ୍ନ ସତ୍ୟ ଘଟଣା ଲୋକ ଲୋଚନକୁ ଆଣୁଛନ୍ତି ଗଣମାଧ୍ୟମ ପ୍ରତିନିଧି ମାନେ ।

ସମୟ ସମୟରେ ନିଜ ଜୀବନକୁ ବାଜି ଲଗାଇ ମଧ୍ୟ ଖବର ପରିବେଷଣ କରୁଛନ୍ତି । ହେଲେ ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ ବିଭିନ୍ନ ଯୋଜନାମାନ କରୁଥିଲେ ମଧ୍ୟ ଗଣମାଧ୍ୟମ ପ୍ରତିନିଧି ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା କରୁନାହାଁନ୍ତି । ଏନେଇ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବହୁବାର ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ହେଲେ କାର୍ଯ୍ୟକାରୀ ଶୂନ । ତେଣୁ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ଗଣମାଧ୍ୟମ ପ୍ରତିନିଧିମାନେ ଏହାକୁ ବିରୋଧ କରି ଗୁରୁବାର କଳାବ୍ୟାଜ ପରିଧାନ କରିଛନ୍ତି ।

ରାୟଗଡ଼ା ଠାରେ ଗୁରୁବାର ସାମ୍ବାଦିକମାନେ କଳାବ୍ୟାଜ ପରିଧାନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତଥିଲେ । ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ, ଅନ୍ୟ ରାଜ୍ୟ ପରି ବୟସ୍କ ସାମ୍ବାଦିକଙ୍କୁ ପେନସନ୍ ପ୍ରଦାନ, ଅଧୀସ୍ୱୀକୃତି କମିଟି ପୁର୍ନଗଠନ ଓ ବ୍ଲକ ଠାରୁ ରାଜ୍ୟ ପର୍ଯ୍ୟନ୍ତ ବ୍ୟାପକ ଅଧୀସ୍ୱୀକୃତି ପ୍ରଦାନ, ପ୍ରବର୍ତିତ ସ୍ୱାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ୨୫ବର୍ଷରୁ ଉଧ୍ୱର୍ ନିର୍ଭରଶୀଳ ସନ୍ତାନ ମାନଙ୍କୁ ସାମିଲ, ପ୍ରେସ ଏକାଡେମୀ ଗଠନ ସହିତ ଭୁବନେଶ୍ୱରରେ ଏକାଡେମୀ କାର୍ଯ୍ୟାଳୟ ସ୍ଥାପନ ଏବଂ ଲୋକସଭା ଭବନ ସମେତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ସାମ୍ବାଦିକଙ୍କ ପ୍ରବେଶ ଅଧିକାରୀ ଆଦି ଦାବି ପୂରଣ କରିବା ଆଦି ଦାବି କରାଯାଇଛି ।

ଏହି କଳାବ୍ୟାଜ ପରିଧାନ ସମୟରେ ରାୟଗଡ଼ା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ସୁରେଶ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ସୁଶାନ୍ତ ପ୍ରଧାନ, ସନ୍ତୋଷ ପାଣିଗ୍ରାହୀ, ସନ୍ତୋଷ ସାହୁ, ଚିତରଞ୍ଜନ ନାୟକ, ଦୁର୍ଗା ପାଢ଼ୀ, ଇପିଲି ରମେଶ କୁମାର ଓ ପି.ଦିଲୀପ କୁମାରଙ୍କ ସମେତ ସଂଘର ସମସ୍ତ ସାମ୍ବାଦିକ ଉପସ୍ଥିତ ରହି କଳାବ୍ୟାଜ ପରିଧାନ କରିଥିଲେ । ସେହିଭଳି ମୁନିଗୁଡ଼ା ଠାରେ ମଧ୍ୟ ସୀମାଂଚଳ ପଣ୍ଡାଙ୍କ ନେତୃତ୍ୱରେ ସାମ୍ବାଦିକମାନେ କଳାବ୍ୟାଜ ପରିଧାନ କରିଥିଲେ ।