ବିନିକା କୁ ସବଡିଭିଜନର ମାନ୍ୟତା ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଜାରି

0
36
ବିନିକା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୫/୦୩) : ବିନିକା ସହରକୁ ସବଡିଭିଜନ ର ମାନ୍ୟତା ପାଇଁ ସରକାର ଘୋଷଣା କରିବାକୁ ଦୀର୍ଘ ବର୍ଷ ହେଲା ବିନିକା ଅଞ୍ଚଳ ବାସୀ ଦାବି କରି ଆସୁଛନ୍ତି ।

ବିନିକା କୁ ସବଡିଭିଜନର ମାନ୍ୟତା ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଜାରି । ଏନେଇ ବିନିକା ସଂଘର୍ଷ ସମିତି ଓ ବିନିକା ଅଞ୍ଚଳ ବାସୀଙ୍କ ପକ୍ଷରୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବାହ୍ନ ୧୦ ଘଣ୍ଟା ରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଗଣଧାରଣା ଜାରି ରହିଛି । ଏହି ଗଣଧାରଣା ଗତ ୬ ତାରିଖ ଠାରୁ ଅଦ୍ୟାବଧି ଶାନ୍ତି ପୂର୍ଣ୍ଣ ଭାବରେ ଚାଲିଛି । ବିନିକା ସହରକୁ ସବଡିଭିଜନ ର ମାନ୍ୟତା ତୁରନ୍ତ ଘୋଷଣା ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସମିତି ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିନିକା ସହରକୁ ସବଡିଭିଜନର ମାନ୍ୟତା ଘୋଷଣା କରିବାକୁ ଅଞ୍ଚଳ ବାସୀ ଙ୍କ ପକ୍ଷରୁ ଦାବି ହେଉଛି ।

ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ଗଠିତ ସଂଘର୍ଷ ସମିତି କର୍ମକର୍ତ୍ତାଙ୍କ ସମେତ ଅଞ୍ଚଳବାସୀ ଦିନ କୁ ଦିନ ସ୍ବତଃ ପ୍ରବୃତ୍ତ ଭାବରେ ଆସି ଗଣଧାରଣା ରେ ବହୁସଂଖ୍ୟlରେ ସାମିଲ ହେଉଛନ୍ତି । ଏଥିପାଇଁ ସଂଘର୍ଷ ସମିତି କର୍ମକର୍ତ୍ତା ମାନଙ୍କର ଓ ଅଞଳ ବାସୀଙ୍କ ମନୋବଳ ବୃଦ୍ଧି ପାଉଥିବା ଆଲୋଚନା ହୋଇଛି ।