ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାର କାର୍ଯ୍ୟକ୍ରମ ଅନୁଷ୍ଠିତ

0
58
ମହିଳା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୬/୦୩) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ମାତୃ ଓ ଶିଶୁ ଡାକ୍ତରଖାନାରେ ମହିଳା ଓ ପୁରୁଷ ବନ୍ଧ୍ୟା କରଣ ଅସ୍ତ୍ରୋପଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପ୍ରକାଶ ଯେ, ଜନସଂଖ୍ୟା ଦୃଷ୍ଟିରୁ ତଥା ମହିଳା ଙ୍କ ବିଭିନ୍ନ ସ୍ବାସ୍ଥ୍ୟ ଗତ ସମସ୍ୟା ନେଇ ସଚେତନତା ର ଅଭାବ ଯୋଗୁଁଏହି ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ ଭୟଭୀତ ହୋଇ ରାଜି ହୋଇ ନ ଥାଆନ୍ତି । ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ମାତୃ ଓ ଶିଶୁ ଡାକ୍ତରଖାନା ଉପରେ ପଡୋଶୀ କଳାହାଣ୍ଡି, ନୂଆପଡ଼ା ଜିଲ୍ଲା ତଥା ଦୂର, ଦୁରାନ୍ତ ର ପ୍ରସୂତୀ ମହିଳା ନିର୍ଭର କରିଥାନ୍ତି ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ୭୨ ଜଣ ମହିଳାଙ୍କ ଅସ୍ତ୍ରୋପଚାର କରା ଯାଇଥିବା ବେଳେ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡ଼ାଃ ପ୍ରଦୀପ ନାଏକ, ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ଼ାଃ ବଳରାମ ସାହୁ ଓ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ରେ ଏହି କାର୍ଯ୍ୟକ୍ରମ ସଫଳ ରୂପେ ଅନୁଷ୍ଠିତ ହୋଇଛି । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ର ଆବଶ୍ୟକତା ରହି ଥିବା ବେଳେ ଏ ନେଇ ସଚେତନତା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।