ନାବାଳିକା କୁ ଅପହରଣ ପରେ ମାରିଦେଲେ !

0
36
ନାବାଳିକା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ, (୧୭/୦୩) : ନାବାଳିକା ଝିଅକୁ ଅପହରଣ କରି ମାରି ଦେଇଥିବା ମାଆର ଅଭିଯୋଗ । ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ପରିବାର ।

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳ ବାଣିଗୋଛା ଥାନାରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହୋଇଛି । ବାଣିଗୋଛା ଥାନା ତାକୁଡା ଗାଁ’ର ମମତା ନାଏକଙ୍କ ଝିଅ ଲକ୍ଷ୍ମୀ ପ୍ରତିମାଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ମନୋଜ ନାଏକ ଓ ଅନ୍ୟ ୬ ଜଣ ଯୁବକ ଫେବୃଆରୀ ୨୩ ତାରିଖରେ ଜୋର ଜବରଦସ୍ତ ଉଠାଇ ନେଇ ମାରି ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ୬ ଜଣ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ।