କୁକୁର କାମୁଡ଼ାରେ ୧୬୬ ଜଣ ଆହତ !

0
40
କୁକୁର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୨୦/୦୩) : ବଣାଇ ଅଞ୍ଚଳରେ ପାଗଳ କୁକୁରର ଆତଙ୍କ। କୁକୁର ଭୟରେ ପିଲାଠାରୁ ବୁଢା ପଯ୍ୟନ୍ତ ଘରୁ ପଦାକୁ ବାହାରିବାକୁ ଡରୁଛନ୍ତି ।

ଏବେ ଯାଏଁ ୧୬୬ ଜଣ କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇ ଥିବା ସୂଚନା ଦେଲେ ବଣାଇ ଡାକ୍ତର । ଆଜି ସକାଳେ ଗୋଟିଏ ପାଗଳ କୁକୁର ପାତ୍ର ସାହିର ରଥ ଛକ ଅଞ୍ଚଳରେ ଭୟର ବାତାବରଣ ଖଳାଇଛି । ଏଭଳିକି ରାସ୍ତାରେ ଯାହାକୁ ଦେଖିଲା ତାକୁ କାମୁଡ଼ିଲା । ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ୧୦ ରୁ ୧୧ ଜଣକୁ କାମୁଡ଼ିକି ଆହତ କରିସାରିଲାଣି । ଆହତ ମାନେ ବଣାଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ଅଧିକ ଗୁରୁତର ହେବାରୁ ସେମାନଙ୍କୁ ରାଉଲକେଲା ମେଡିକାଲକୁ ପଠାଯାଇଛି । ଡାକ୍ତର ଭୋଲେଶ୍ୱର ପ୍ରଧାନଙ୍କ କହିବା ଅନୁସାରେ ଏଇ କିଛି ଦିନହେବ ବଣାଇ ଅଞ୍ଚଳରେ ୧୬୬ ଜଣ କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇଛନ୍ତି ।