ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

0
36
ଝୁଲନ୍ତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୨୦/୦୩) : ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଯାଜପୁର ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ । ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

ନୂଆପଡା ଗାଁ’ର ବାସୁଦେବ ସାହୁଙ୍କ ଝିଅ ପ୍ରିୟଙ୍କା ସାହୁ ଯାଜପୁର ରୋଡ୍‌ରେ ଥିବା ଏକ ହୋଟେଲରେ କାମ କରନ୍ତି । ଅନ୍ୟ ମହିଳାଙ୍କ ସହ ସେ ପାଣିକୋଇଲି ଥାନା ସନ୍ତରା ଗାଁ’ରେ ଏକ ଭଡ଼ା ଘରେ ରହୁଥିଲେ । ଆଜି ସକାଳେ ସମସ୍ତେ କାମ କରିବା ପାଇଁ ହୋଟେଲ୍‌କୁ ଯାଇଥିଲେ । ହେଲେ ପ୍ରିୟଙ୍କା ଯାଇନଥିଲେ । ଭଡ଼ା ଘରେ ଏକାକୀ ରହିଥିଲେ । ଅପରାହ୍ନରେ ସାଥୀ ମହିଳାମାନେ ହୋଟେଲ୍‌ରୁ ଭଡ଼ା ଘରକୁ ଫେରିଥିଲେ । ସେତେବେଳେ ସେମାନେ ପ୍ରିୟଙ୍କାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ।

ମହିଳାମାନେ ଏନେଇ ପ୍ରିୟାଙ୍କ ପରିବାର ଲୋକ ଓ ପାଣିକୋଇଲି ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏନେଇ ନମ୍ବର ୧୪୭/୨୪ ରେ ଏକ ମାମଲା ରୁଜୁ କରିଛି। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି । ସେପଟେ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ପ୍ରିୟଙ୍କାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।