ଦୋକାନରେ ପିଟି ହେଲା ବସ୍‌

0
34
ଦୋକାନରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ, (୨୧/୦୩) : ମୟୂରଭଞ୍ଜ ଜିଲ୍ଲା ଠକୁରମୁଣ୍ଡା-କରଞ୍ଜିଆ ରାସ୍ତାର କେନ୍ଦୁମୁଣ୍ଡି ନିକଟରେ ଆଜି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଦୋକାନରେ ପିଟି ହେଲା ବସ୍‌ । ବସ୍‌ଟି ଭାରସାମ୍ୟ ହରାଇ ଏକ ଦୋକାନରେ ପିଟି ହୋଇଥିଲା । ତେବେ ଏଥିରେ କେହି ହତାହତ ହୋଇନାହାନ୍ତି । ପାର୍ଥ ସାରଥୀ ନାମକ ଏହି ଘରୋଇ ବସ୍‌ଟି ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଏଥିରେ ୩୦ରୁ ଅଧିକ ଯାତ୍ରୀ ଥିଲେ । ତେବେ କେନ୍ଦୁମୁଣ୍ଡି ନିକଟରେ ହଠାତ୍ ବସ୍‌ଟି ରାସ୍ତାରୁ ଖସି ଯାଇ ଏକ ଦୋକାନରେ ପିଟି ହୋଇଥିଲା । ଫଳରେ ଦୋକାନର ସମ୍ମୁଖ ଅଂଶ ଭାଙ୍ଗି ଯାଇଛି । ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଘଟଣାର ଯାଞ୍ଚ କରିଥିଲା ।