ବିଇଓ ଙ୍କୁ ଘରୁ ଉଠାଇ ନେଲା ଭିଜିଲାନ୍ସ

0
31
ବିଇଓ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୨୧/୦୩) : ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ । ନ୍ୟାସନାଲ ପେନସନ୍ ସ୍କିମ୍ ଟଙ୍କା ହଡ଼ପ ଅଭିଯୋଗରେ ବିଇଓ ରସାନନ୍ଦ କରଙ୍କୁ ଉଠାଇ ନେଇଛି ଭିଜିଲାନ୍ସ

ବିଇଓ ପ୍ରାୟ ୨୦ ଲକ୍ଷ ଟଙ୍କା ହେରଫେର କରି ସେୟାର ମାର୍କେଟରେ ନିବେଶ କରିଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ପକ୍ଷରୁ ରସାନନ୍ଦଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି । ଶିକ୍ଷକମାନେ ନ୍ୟାସନାଲ ସ୍କିମ ପେନସନ୍ ଜରିଆରେ ଲୋନ ଉଠାଇଥାନ୍ତି । ଏହି ଲୋନ୍ ଟଙ୍କା ଉଠାଇବା ପାଇଁ ଶିକ୍ଷକଙ୍କ ବଦଳରେ ନିଜର ଇମେଲ ଓ ଫୋନ ନମ୍ବର ଦେଇନଥାନ୍ତି ବିଇଓ ।

ଶିକ୍ଷକମାନେ ଏହି ଲୋନ ଉଠାଇବା ବେଳେ ଓଟିପି ବିଇଓଙ୍କ ପାଖକୁ ଆସିଥାଏ । ବିଇଓ ଏହି ସୁଯୋଗରେ ଶିକ୍ଷକଙ୍କ ନାଁରେ ଲୋନ୍ ଟଙ୍କା ହଡ଼ପ କରିଥାନ୍ତି । ଏହାସହ ଲୋନ୍ ଟଙ୍କା ଉଠାଇବା ପାଇଁ ବିଇଓ ମଧ୍ୟ ଶିକ୍ଷକମାନଙ୍କୁ ଲାଞ୍ଚ ମାଗିଥାନ୍ତି । ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ତଦନ୍ତ କରି ଗତକାଲି ବିଇଓଙ୍କୁ ଘରୁ ଉଠାଇ ନେଇ ପଚରାଉଚରା କରିଛି ।