ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁବ

0
33
ମାର୍ଚ୍ଚ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୨/୦୩) : ଅଦିନିଆ ମେଘ ଗଲା। ଏବେ ବଢିବ ତାତି! ଅସମ୍ଭାଳ ହେବ ସ୍ଥିତି। ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୮ରୁ ୧୦ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ତଥା ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ମାର୍ଚ୍ଚ ମାସ ଶେଷ ବେଳକୁ ତାପମାତ୍ରା ୪୦ ଡ଼ିଗ୍ରୀ ଯାଏଁ ରେକର୍ଡ ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ । ୨୫ ତାରିଖରେ ପଶ୍ଚିମା ଝଡ଼ ପ୍ରଭାବରେ ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି । ୨୬ ଓ ୨୭ ତାରିଖରେ ପାଗ ଶୁଖିଲା ରହିବ । ପଶ୍ଚିମା ଝଡ଼ ପ୍ରଭାବରେ ଯେଉଁ ତାପମାତ୍ରା(ଦିନ) ୧୦ରୁ ୧୭ ଡିଗ୍ରୀ ପର୍ଯ୍ୟନ୍ତ କମିଥିଲା, ତା’ର ବୃଦ୍ଧି ହେବାର ରହିଛି । ଆଗାମୀ ଦୁଇ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୮ରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ।

ପରବର୍ତ୍ତୀ ସମୟରେ ମଧ୍ୟ ତାପମାତ୍ରା ବୃଦ୍ଧି ଘଟିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବୁଧବାର ରାଜ୍ୟର ୧୨ଟି ସହରର ସର୍ବାଧିକ ଦିନ ତାପମାତ୍ରା ୨୨ଡିଗ୍ରୀ ବା ଏହା ତଳେ ରହିଥିଲା । ଢେଙ୍କାନାଳର ସର୍ବାଧିକ ଦିନ ତାପମାତ୍ରା ୧୮.୯ ଡିଗ୍ରୀ ରେକର୍ଡ କରାଯାଇଥିଲା । ବାଲେଶ୍ୱରରେ ସର୍ବାଧିକ ଦିନ ତାପମାତ୍ରା ୨୧ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୨୧, କଟକରେ ୨୦, ପାରାଦୀପରେ ୨୦.୭, ଭୁବନେଶ୍ୱରରେ ୧୯.୨, ଗୋପାଳପୁରରେ୧୯.୨, ପୁରୀରେ ୨୦.୪, ବାରିପଦାରେ ୨୦.୪, ନୟାଗଡ଼ରେ ୧୯.୫, ଭଦ୍ରକରେ ୨୦.୫ ଓ ଯାଜପୁରରେ ୨୦ ଡିଗ୍ରୀ ରହିଥିଲା ।