ବିଲରେ ପାଣି ମଡ଼ଉଥିବା ବେଳେ ଆକ୍ରମଣ କଲା ବାରାହା

0
40
ବିଲରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୩/୦୩) : ବିଲରେ ପାଣି ମଡ଼ଉଥିବା ବେଳେ ବାରାହା ଆକ୍ରମଣରେ ଚାଷୀ ମୃତ । ବାଙ୍କୀ ବିଲିପଡ଼ା ଗ୍ରାମର ସୁବଳ ରାଉତ ବିଲକୁ ପାଣି ମଡାଇବାକୁ ଯାଇଥିବା ବେଳେ ଏକୁଟିଆ ଦେଖି ବାରାହା ଆକ୍ରମଣ କରିଥିଲା ।

ସୁବଳଙ୍କ ଗୋଡ଼. ହାତ ଏଂବ ପେଟକୁ କ୍ଷତ କରିଥିବା ବେଳେ ଗୁରୁତର ଅବସ୍ଥାରେ ଲୋକେ ବାଙ୍କୀ ମେଡିକାଲ ରେ ଭର୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ସରକ୍ଷଣ ଗୃହରେ ଶୀତତାପ ନିୟନ୍ତ୍ରିତ ମେସିନ ଖରାପ ହୋଇ ପଡିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା କିଛି ସମୟ ପାଇଁ ଚାପା ଉତେଜନା ଦେଖିବାକୁ ମିଳିଥିଲା ।