ଟ୍ରାକ୍ଟର ଓଲଟି ଜଣେ ଯୁବକଙ୍କର ମୃତ୍ୟୁ

0
38
ଟ୍ରାକ୍ଟର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୨୩/୦୩) : ଅନୁଗୁଳ ଜିଲ୍ଲାରେ ଅଘଟଣ । ବାଗଡିଆ ଥାନା ଶିମିଳିପାଳ ପଞ୍ଚାୟତରେ ଟ୍ରାକ୍ଟର ଓଲଟି ଜଣେ ଯୁବକଙ୍କର ମୃତ୍ୟୁ

ମୃତକ ଜଣଙ୍କ ହେଲେ ଘଡ ଗ୍ରାମର ବସନ୍ତ ପେଣ୍ଠଈ l ସୂଚନା ଅନୁସାରେ, ଘଡ ଗ୍ରାମର ବସନ୍ତ ଏକ ଟ୍ରାକ୍ଟରରେ ଚାଳକ ଭାବେ କାମ କରନ୍ତି । ଶୁକ୍ରବାର ବସନ୍ତ ଟ୍ରାକ୍ଟର ନେଇ ଚରାକାନୀ ଗ୍ରାମରେ ଏକ ବଗିଚାରେ ହଳ କରୁଥିବା ବେଳେ ଟ୍ରାକ୍ଟରଟି ବିଲ ଭିତରେ ଥିବା ଏକ ଖାଲରେ ଓଲଟି ପଡିଥିଲା l ଫଳରେ ଘଟଣା ସ୍ଥଳରେ ଟ୍ରାକ୍ଟର ଚାଳକ ବସନ୍ତଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବାଗଡିଆ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମନେ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛନ୍ତି ।