ରୋଷେଇ କରୁଥିବା ବେଳେ ଫାଟିଲା ସିଲିଣ୍ଡର, ମାଆ ସହ ଚାଲିଗଲା ୩ ପିଲାଙ୍କ ଜୀବନ

0
56
ରୋଷେଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଉତ୍ତର ପ୍ରଦେଶ, (୩୦/୦୩) : ଗ୍ୟାସ୍ ସିଲିଣ୍ଡର ଫାଟି ଚାଲିଯାଇଛି ଗୋଟିଏ ପରିବାରର ଚାରି ଜଣଙ୍କ ଜୀବନ ।

ରୋଷେଇ କରୁଥିବା ବେଳେ ସିଲିଣ୍ଡର ବିସ୍ଫୋରଣ ଘଟିବାରୁ ମାଆ ସମେତ ତିନି ପିଲା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଉତ୍ତର ପ୍ରଦେଶ ଦେଓରିଆ ଜିଲ୍ଲାରେ ଘଟିଛି ଏହି ଦୁଃଖଦ ଘଟଣା । ପୁଲିସ କହିବା ଅନୁସାରେ, ଆଜି ସକାଳେ ମହିଳା ଜଣକ ପରିବାର ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିଲେ । ଏହି ସମୟରେ ହଠାତ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା । ଫଳରେ ଘରର ଚାରିଆଡ଼କୁ ନିଆଁ ବ୍ୟାପି ଯାଇଥିଲା ।

ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ନିଆଁ ଆୟତ୍ତ ହେବା ବେଳରୁ ମାଆ ସମେତ ତିନି ଶିଶୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଦେଓରିଆ ପୁଲିସ ଅଧୀକ୍ଷକ କହିଛନ୍ତି ଯେ, ଏଥିରେ କେହି ଆହତ ହୋଇନାହାନ୍ତି । ପରିବାରର ଅନ୍ୟ କେହି ସଦସ୍ୟ ଥିଲେ କି ନାହିଁ, କେଉଁ କାରଣରୁ ସିଲିଣ୍ଡର ବିସ୍ଫୋରଣ ଘଟିଲା ତା’ର ତଦନ୍ତ ଚାଲିଛି ।