ଗୁଳି ଫୁଟାଇ ଦମ୍ପତିଙ୍କଠାରୁ ଲୁଟ୍

0
49
ଗୁଳି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୩୦/୦୩) : ଦିନ ଦ୍ୱଇପ୍ରହରରେ ଜାତୀୟ ରାଜପଥରେ ଦମ୍ପତିଙ୍କୁ ବନ୍ଦୁକ ଦେଖାଇ ଲୁଟିନେଲେ । ପ୍ରଥମେ ଦମ୍ପତିଙ୍କୁ ଧକ୍କା ଦେଲେ ଓ ତାପରେ ବେକରୁ ସୁନା ହାର, ମଙ୍ଗଳସୁତ୍ର ଓ କାନଫୁଲ ଝାମ୍ପିନେଲେ ।

ଗୁଳି ଫୁଟାଇ ଦମ୍ପତିଙ୍କଠାରୁ ଲୁଟ୍ । ଭୟଭିତ କରିବାକୁ ଫାଙ୍କା ଗୁଳି ମଧ୍ୟ ରାସ୍ତା ଉପରକୁ ଚଳାଇଥିଲେ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ରେ ସ୍ପଷ୍ଟ ଦିବାଲୋକରେ ଦମ୍ପତିଙ୍କ ଠାରୁ ଲୁଟ୍ । ନିଗମ ପ୍ରଶାଦ ସାହୁ ଓ ତାଙ୍କ ପତ୍ନୀ ହରିଚନ୍ଦନପୁରରୁ ସ୍କୁଟିରେ ବେଲବାହାଳି ଯାଉଥିଲେ । ୨୦ ନମ୍ବର ଜାତୀୟ ରାଜପଥର ବୀରଗୋବିନ୍ଦପୁର ନିକଟରେ ରାସ୍ତାରେ ଯାଉଥିବା ସମୟରେ ଏକ କଳା ପଲସରରେ ୩ ଜଣ ମୁଖାପିନ୍ଧା ଯୁବକ ତାଙ୍କ ପିଛା କରିଥିଲେ । ଆଉ ସ୍କୁଟିକୁ ସାଇଟ୍‌ ମାରିଥିଲେ । ଦମ୍ପତିଙ୍କୁ ଭୟଭିତ କରିବା ପାଇଁ ବନ୍ଧୁକ ବାହାର କରି ୩ ରାଉଣ୍ଡ ଫାଙ୍କା ଗୁଳି କରିଥିଲେ । ପରେ ବନ୍ଧୁକ ଦେଖାଇ ପତ୍ନୀଙ୍କ ବେକରୁ ସୁନା ହାର, ମଙ୍ଗଳସୁତ୍ର ଓ କାନଫୁଲ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣାର ଖବର ପାଇ ଘଷିପୁରା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି ।