ଓଡ଼ିଶୀ ନୃତ୍ୟରେ କୁନି କଳାକାର ଆଂଶିକା ପାଳ

0
187
ଓଡ଼ିଶୀ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୩୧/୦୩) : ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଓଡ଼ିଶୀ ନୃତ୍ୟ କଳାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଆଂଶିକା ପାଳ ।WhatsApp Image 2024 03 31 at 08.33.44 ଓଡ଼ିଶୀ ନୃତ୍ୟରେ କୁନି କଳାକାର ଆଂଶିକା ପାଳ

ରାୟଗଡା ସହର ବ୍ରାହ୍ମଣ ସାହିରେ ସେ ନିଜ ଵାବା ବୋଉଙ୍କ ସହିତ ରହନ୍ତି । ସ୍ଥାନୀୟ ବଚପନ୍ ସ୍କୁଲର କ୍ଲାସ ୨ ରେ ସେ ପାଠ ପଢନ୍ତି । ମାତ୍ର ୭ ବର୍ଷ ବୟସରେ ଆଂଶିକା ପାଳଙ୍କ ଓଡ଼ିଶୀ ନୃତ୍ୟ ପ୍ରତି ଥିବା ଆଗ୍ରହ ଏଵଂ ଲୁକ୍କାୟିତ ପ୍ରତିଭାକୁ ଦେଖି ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶଂସା କରିବା ସହିତ ସ୍ଥାନୀୟ ବାସିନ୍ଦା ମଧ୍ଯ ବହୁତ ବହୁତ୍ ପ୍ରସଂସା କରୁଥିବା ଦେଖିବାକୁ ମିଳିଛି । ଆଂଶିକା ପାଳଙ୍କ ବାପା ଗୋପିନାଥ ପାଳଙ୍କର ମଧ୍ଯ ନାଟ୍ୟ କଳା ପ୍ରତି ଥିବା ଆଗ୍ରହ ତାଙ୍କୁ ରାୟଗଡା ସହର ରେ ଏକ କଳାକାର ଭାବେ ଯଥେଷ୍ଠ ସମ୍ମାନ ରହିଛି । ତତ ସହିତ ରାୟଗଡ଼ ଜିଲ୍ଳାର ସଚେତନତା ଜନ ଜାଗୃତି କାର୍ଯ୍ୟକ୍ରମରେ ଚିତ୍ରାଙ୍କନ ମାଧ୍ୟମରେ ନିଜର କଳା ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳେ ଗୋପୀନାଥ ପାଳଙ୍କୁ । ଆଂଶିକା ପାଳଙ୍କ ମା ଶାନ୍ତିଲତା ପାଳ ଓଡିଶୀ ନୃତ୍ୟକୁ ଭଲ ପାଆନ୍ତି ସେ ଚାହାନ୍ତି ଓଡ଼ିଶା ଏକ ସଂସ୍କୃତି ପରମ୍ପରା ଓ ନାଟ୍ୟ କଳା ସହିତ ଓଡିଶୀ ନୃତ୍ୟ ଓଡ଼ିଶାର ଗର୍ବ ଓ ଗୌରବ ଅଟେ ।

ତେଣୁକରି ସେ ନିଜ ଝିଓଙ୍କୁ ଆଧୁନିକ ନାଟ୍ୟ ଗୀତରୁ ଦୂରେଇ ରଖି ଓଡ଼ିଶା କଳା ସଂସ୍କୃତି ପରମ୍ପରା ଆପଣେଇ ଚଳିବା ଉପଯୋଗି ଅଟେ ବୋଲି ମତ ଦେଇଛନ୍ତି । ନିକଟରେ ଆଂଶିକା ପାଳ ବିଜୁ ପଟ୍ଟନାୟକ ଓଡ଼ିଟରୀୟମ ଠାରେ ହୋଇଥିବା ବଚପନ୍ ସ୍କୁଲ ର ବାର୍ଷିକ ଉତ୍ସବରେ ମଞ୍ଚ ଉପରେ ନିଜର ନୃତ୍ୟ କଳା ପ୍ରଦର୍ଶନ ଦ୍ଵାରା ସମସ୍ତଙ୍କୁ ଚକିତ କରିବା ସହ ଉପସ୍ଥିତ ଅଭିଭାବକ ଏବଂ ଦର୍ଶକ ମାନଙ୍କ ପ୍ରଶଂସା ସାଉଁଟିଛନ୍ତି । ଆଂଶିକା ପାଳ ଓଡ଼ିଶୀ ନୃତ୍ୟ ଅତି କମ ବୟସ୍କ ହୋଇଥିବା ସତ୍ତ୍ବେ କମ୍ ସମୟ ମଧ୍ୟରେ ଅତିଶୀଘ୍ର ଶିଖି ଯାଉଛନ୍ତି ବୋଲି ନୃତ୍ୟଗୁରୁ କାଳିଆ ସାହୁ ମତ ଦେଇଛନ୍ତି । ଏହିଭଳି ଆଗ୍ରହ ଓ ଉତ୍ସାହ ଆଗାମୀ ଦିନରେ ଆଂଶିକା ଙ୍କୁ ଜାତୀୟ ସ୍ତରରେ ପ୍ରଶଂସିତ ହେବାକୁ ସମୟ ଲାଗିବ ନାହିଁ ବୋଲି କହିଛନ୍ତି।