୩୦.୫୦ ଟଙ୍କା ହ୍ରାସ ପାଇଲା ଗ୍ୟାସ୍ ଦର

0
38
୩୦.୫୦ ଟଙ୍କା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୧/୦୪) : ଶସ୍ତା ହେଲା ଏଲପିଜି ଗ୍ୟାସ ଦର। କ୍ରମାଗତ ୩ ମାସ ହେବ ଦର ବୃଦ୍ଧି ଧାରା ଉପରେ ଲାଗିଛି ବ୍ରେକ୍। ସିଲିଣ୍ଡର ପିଛା ୩୦.୫୦ ଟଙ୍କା ହ୍ରାସ ପାଇଛି ।

ଏହି ଦର ଏପ୍ରିଲ ପହିଲା ଅର୍ଥାତ୍ ଆଜିଠାରୁ ଲାଗୁ ହେବ । ଏହି ଦର ହ୍ରାସ କେବଳ କମର୍ସିଆଲ (ବାଣିଜ୍ୟିକ) ସିଲିଣ୍ଡର ଉପରେ କରାଯାଇଛି । ମାର୍ଚ୍ଚ ପୂର୍ବରୁ ସିଲିଣ୍ଡର ପିଛା ମୂଲ୍ୟ ୨୫.୫୦ ଟଙ୍କା ବୃଦ୍ଧି ପାଇଥିଲା । ଏଥି ସହିତ ଫେବୃଆରୀରେ ୧୪ ଟଙ୍କା ଏବଂ ଜାନୁଆରୀରେ ୧.୫୦ ଟଙ୍କା ବୃଦ୍ଧି ଘଟିଥିଲା । ବର୍ତ୍ତମାନ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ହ୍ରାସ କରାଯାଇଛି। ତେବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

କେଉଁଠାରେ ଗ୍ୟାସ ସିଲିଣ୍ଡର ଶସ୍ତା ହେଲା ?
ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ଦର ୩୦.୫୦ ଟଙ୍କା ହ୍ରାସ ପାଇବା ପରେ ବର୍ତ୍ତମାନ ମୂଲ୍ୟ ୧୭୬୪.୫୦ ଟଙ୍କା ରହିଛି । କୋଲକାତାରେ ୩୨ ଟଙ୍କା ହ୍ରାସ ପାଇବା ପରେ ୧୮୭୯ ଟଙ୍କା ହୋଇଛି । ମୁମ୍ବାଇରେ ୩୧.୫୦ ଟଙ୍କା ହ୍ରାସ ସହ ବର୍ତ୍ତମାନର ମୂଲ୍ୟ ୧୭୧୭.୫୦ ଟଙ୍କା ରହିଛି । ଚେନ୍ନାଇରେ ସିଲିଣ୍ଡର ମୂଲ୍ୟ ୩୦.୫୦ ଟଙ୍କା ହ୍ରାସ ପାଇବା ପରେ ୧୯୩୦.୦୦ ଟଙ୍କା ରହିଛି ।

ଘରୋଇ ଗ୍ୟାସ ସିଲିଣ୍ଡରର ଦର ଅପରିବର୍ତ୍ତିତ ରହିଛି
ଯଦି ଆମେ ଘରୋଇ LPG ସିଲିଣ୍ଡର ଦର କଥା କହିବା, ତେବେ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ୧୪.୨ କେଜି ଘରୋଇ ଗ୍ୟାସ ସିଲିଣ୍ଡର ଦର ସମାନ ରହିଛି । ଦିଲ୍ଲୀରେ ସିଲଣ୍ଡର ପିଛା ମୂଲ୍ୟ ୮୦୩ ଟଙ୍କା, କୋଲକାତାରେ ୮୨୯ ଟଙ୍କା, ମୁମ୍ବାଇରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ ଟଙ୍କା ରହିଛି ।