ଗଣମାଧ୍ୟମ ପ୍ରମାଣନ ଓ ଗଣମାଧ୍ୟମ ପର୍ଯ୍ୟାଲୋଚନା କମିଟିର ସମୀକ୍ଷା

0
93
ଗଣମାଧ୍ୟମ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୬/୦୪) : ଚଳିତ ସାଧାରଣ ନିର୍ବାଚନ-୨୦୨୪ରଲକୁ ଅବାଧ, ସ୍ୱଚ୍ଛ ଓ ନିର୍ମଳ ଭାବରେ ଆୟୋଜନ କରିବା ନିମନ୍ତେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶରେ ଗଣମାଧ୍ୟମ ପ୍ରମାଣନ ଓ଼ ପର୍ଯ୍ୟାଲୋଚନ ନିମନ୍ତେ ସ୍ଥାନୀୟ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏମସିଏମସି କେନ୍ଦ୍ର ଖୋଲାଯାଇଛି lଗଣମାଧ୍ୟମ

ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ବୈଠକରେ ଅତିରକ୍ତ ଜିଲ୍ଲାପାଳ ଭାସ୍କର ରଇତ, ତ୍ରିନାଥ ମାଝୀ, ଡେପୁଟି କଲେକ୍ଟର ସୂର୍ଯ୍ୟମଣୀ ଭୋଇ, ବିଜୟ ନାୟକ, ଚିନ୍ମୟ ମହାନନ୍ଦ, ସହକାରୀ ଜିଲ୍ଲାପାଳ ମୃତ୍ୟୁଞ୍ଜୟ ବରାଳ, ସୁସ୍ମିତା ପଟ୍ଟନାୟକ, ମିଡ଼ିଆ କମିଟିର ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ବlଦଲ ଥା,ସୂଚନା ବିଜ୍ଞାନ ଅଧିକାରୀ ଗୁଣଶେଖର, ଉପନିର୍ଦ୍ଧେଶକ ସୂଚନା ଓ଼ ଲକସମ୍ପର୍କ ବିଭାଗ ବସନ୍ତ ପ୍ରଧାନ ଆଦି ଯୋଗଦାନ କାରୀ ଟେଲିଭିଜନ, ସମ୍ବାଦ ପତ୍ର, ସାମାଜିକ ଗଣମାଧ୍ୟମ ଆଦିରେ ଦେୟଯୁକ୍ତ ପ୍ରକାଶିତ ସମ୍ବାଦ ଉପରେ ଆଲୋଚନା କରାଯଇଥିଲା l ଉପରୋକ୍ତ ସମ୍ବାଦ ପତ୍ର, ଟେଲିଭିଜନ ଚାନେଲ, ରେଡ଼ିଓ, ସାମାଜିକ ଗଣମାଧ୍ୟମ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଜିଲ୍ଲାପାଳ ଶ୍ରୀ ମହାଜନ ନିର୍ଦେଶ ଦେଇଛନ୍ତି l

ଏହାସହିତ ଗଣମାଧ୍ୟମରେ ପ୍ରକାଶନ ପାଇଁ ପ୍ରାର୍ଥୀଙ୍କୁ ଗଣମାଧ୍ୟମ ପ୍ରମାଣନ ଓ଼ ଗଣମାଧ୍ୟମ ପର୍ଯ୍ୟାଳଚନା କମିଟିର ଅନୁମତି ନେଇକି ଯେକୌଣସି ପତ୍ର ପତ୍ରିକାରେ, ଟିଭି ଚlନେଲରେ ପ୍ରଚାର କରିପାରିବେ l ବିନା ଅନୁମତିରେ ପ୍ରକାଶିତ ସମ୍ବାଦ ଉପରେ ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦ୍ଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି l ଏହାସହିତ ଜିଲ୍ଲାରେ ଚାଲୁଥିବା ସିନେମା ହୋଲ ମାଲିକ ମାନଙ୍କ ସହିତ ମଧ୍ୟ୍ୟ ଆଲୋଚନା କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l

ପ୍ରତିସପ୍ତାହର ଶନିବାର ଦିନ ଏମସିଏମସି ବୈଠକ ବସିବ ଓ ସମୀକ୍ଷା କରାଯିବ l ବୈଠକ ପରେ ଜିଲ୍ଲାପାଳ ଓ ଅନ୍ୟସଦସ୍ୟମାନଙ୍କ ସହିତ ନିୟନ୍ତ୍ରଣ କକ୍ଷ,ଏମସିଏମସି କକ୍ଷ, ସିଭିଜିଲାନ୍ସ ଓ଼ ସାମାଜିକ ଗଣମାଧ୍ୟମ କାର୍ଯ୍ୟକାରିତା ଉପରେ ନିୟଜିତ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ l