ପାଣ୍ଡିଆ ଗ୍ରାମରେ ପୁଣି ଏକଯୁବକ ଙ୍କୁ ହତ୍ୟା

0
95
ପାଣ୍ଡିଆ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୦୭/୦୪) : ପୁରୁଷୋତ୍ତମପୁର ଥାନା ଅଞ୍ଚଳ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଥିବା ବେଳେ ଯୁବକ, ମାନଙ୍କୁ ଟାର୍ଗେଟ ରଖି ହତ୍ୟା କରା ଯାଉଛି ।ପାଣ୍ଡିଆ

ଶିକୁଳା ଗ୍ରାମର ପୂର୍ବତନ ସରପଞ୍ଚ ନନ୍ଦିନୀ ବେହେରାଙ୍କ ଦେଢ଼ୁଶୁର ହତ୍ୟା ର ଏକ ସପ୍ତାହ ନ ପୂରୁଣୁ ପୁଣି ଶୁକ୍ରବାର ରାତିରେ ପାଣ୍ଡିଆ ଗ୍ରାମରେ ଘରେ ପଶି ଶୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କୁ ଅତି ନିର୍ମମଭାବେ ହାଣି ହତ୍ୟା କରାଯାଇଛି । ମୃତକ ହେଲେ ପାଣ୍ଡିଆ ଗ୍ରାମ ପନ୍ଦରା ସାହିର ମୁନା ଓରଫ ମୁରଲୀ ବାଡ଼ତ୍ୟା ୨୩ ବର୍ଷ । ରାତିରେ ମୁରଲୀ ଏବଂ ତାଙ୍କ ବାପା ବାବୁଲା ବାଡ଼ତ୍ୟା ସବୁଦିନ ଭଳି ଖାଇ ପିଇ ଘରେ ଶୋଇଥିଲେ । ବର୍ତମାନ ଅତ୍ୟଧିକ ଗରମ ହେଉ ଥିବାରୁ ବାପା ଘର ବାରଣ୍ଡାରେ ଶୋଇଥିଲେ, ଏବଂ ପୁଅ କବାଟ ଖୋଲାରଖି ଘର ଭିତରେ ଶୋଇଥିଲେ । ଗରମ ଯୋଗୁଁ ବାବୁଲାଙ୍କ ନିଦ ଭାଙ୍ଗିବା ପରେ ସେ ପାଣି ପିଇବା ଲାଗି ଘର ଭିତରକୁ ଯିବାବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅ ପଡିଥିବା ଦେଖି ତାଙ୍କର ପାଦ ତଳୁ ମାଟି ଖସି ଯାଇଥିଲା । ତେବେ ସାହିପଡିଶା ଲୋକଙ୍କୁ ଡାକି ୧୦୮ ଆମ୍ବୁଲାନ୍ସ ଙ୍କୁ ଫୋନ କରି ସେ ଆସିବା ପରେ ହିଞ୍ଜିଳି ମେଡିକାଲ କୁ ନେଇଥିଲେ ।

ଚିକିତ୍ସା ସମୟରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କାହିଁକି ଏପରି ବିଭତ୍ସ ହତ୍ୟା କରାଯାଉଛିଯୁବକମାନଙ୍କୁ??? ଖବର ପାଇ ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲ, ଆଇଆଇସି ବିପିନ ବିହାରୀ ହୋତା ଓ ଅନ୍ୟାନ୍ୟ ଷ୍ଟାଫ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ପାଣ୍ଡିଆ ଗାଁରେ ଶୋକର ଛାୟା ଖେଳାଇ ଯାଇଛି । ଅନ୍ୟପକ୍ଷେ ପୁରୁଷୋତ୍ତମପୁର ପୋଲିସ ହିଞ୍ଜିଳି ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ମୃତଦେହ ଜବତ କରିଛି । ମୁରଲୀଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ପାଣ୍ଡିଆ ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଗୁରୁବାର ପାଣ୍ଡିଆ ଗ୍ରାମରେ ଦଣ୍ଡନାଚ ହେଉଥିଲା ।

କିଛି ଯୁବକ ନାଚ ଦେଖିବାକୁ ଯାଇ ସେଠାରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଫଳରେ ଏହାକୁ ପାଣ୍ଡିଆ ଗ୍ରାମର କିଛି ଲୋକଙ୍କ ସହ ମୁରଲୀ ମଧ୍ୟ ବାରଣ କରିଥିଲେ । ଯାହାକୁ ନେଇ ଗ୍ରାମବାସୀ ଓ ଯୁବକଙ୍କ ମଧ୍ୟରେ ପ୍ରଥମେ ବଚସା ଓ ତାପରେ ଯୁବକଙ୍କ ସହ ହାତା ହାତି ହୋଇଥିଲା । ଫଳରେ ପ୍ରତିଶୋଧ ପରାୟଣ ହୋଇ ଯୁବକମାନେ ଏଭଳି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ଗ୍ରାମବାସୀ ଆଶଙ୍କା କରୁଛନ୍ତି । ତେବେ ପୋଲିସର ତଦନ୍ତ ପରେ ପ୍ରକୃତ ହତ୍ୟା କାଣ୍ଡ ର ଫର୍ଦା ଫାସ ହେବା ସହିତ ପ୍ରକୃତ ଦୋଷୀ ଧରା ପଡିବ ବୋଲି ସମସ୍ତେ ଆଶାବାଦୀ ହୋଇ ରହିଛନ୍ତି ।