ଭାରତୀୟ ଜନତା ପାର୍ଟି ବୁଥ ସମାବେଶ ସହ ମିଶ୍ରଣ ପର୍ବ ଅନୁଷ୍ଠିତ

0
50
ଭାରତୀୟ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୭/୪) : ମୁରିବାହାଲ ମଣ୍ଡଳର ଗୁଡିଘାଟ ଗ୍ରାମ ରେ ରବିବାର ଦିନ ଭାରତୀୟ ଜନତା ପାର୍ଟି ତରଫରୁ ବୁଥ ସ୍ତରୀୟ ସମାବେଶ କରା ଯିବା ସହ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମୁରିବାହାଲ ମଣ୍ଡଳ ସଭାପତି ସୁରେଶ ଭୋଇ ଅଦ୍ଧକ୍ଷତା କାର୍ଯ୍ୟକ୍ରମ ରେ ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜି ମହାନ୍ତି, ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ବୁଥ କୁ ମଜଭୁତ କରିବା, ଆସନ୍ତା ସାଧାରଣ ନିର୍ବାଚନ ରେ ବିଜେପି ପ୍ରାର୍ଥ କୁ ବିଜୟୀ କରିବା, ଉପରେ ମତ ବ୍ୟକ୍ତ କରି ଥିଲେ| ସମ୍ମାନନିୟ ଅତିଥି ରୂପେ ଭା, ଜ, ପା ପ୍ରାର୍ଥ ଲଷ୍ମଣ ବାଗ, ବଲାଙ୍ଗୀର ଜ଼ିଲ୍ଲା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରା, ଜ଼ିଲ୍ଲା କମିଟି ସଦସ୍ୟ ସରୋଜ କୁମାର ଖମାରି, ଇଶ୍ଵର ପୁଟେଲ, ମହାଦେବ ତାହାଣୀ, ବେଦବ୍ୟାସ ନାଗ, ମୁନିରାମ ନାଗ, ଭୁବନ ଖରସେଲ, ପୁରନ୍ଦର ବାଗ, ସୁବାସ ପୋଢ଼, ପ୍ରମୁଖ ଉପସ୍ଥିତ ରହି ଡବଲ ଇଞ୍ଜିନ ସରକାର କରିବା, କେନ୍ଦ୍ର ସରକାର କର ସମସ୍ତ ଯୋଜନା କୁ ପ୍ରତ୍ୟୋକ ପରିବାର କୁ ପହଂଚାଇବା, ଉପରେ ବିଷଦ ଭାବରେ ମତବ୍ୟକ୍ତ କରିଥିଲେ ।

ଏହି ଅବସରେ ମୁରିବାହାଲ ଗ୍ରାମ ପଞ୍ଚାୟତ ରୁ ଯାଦବ ନେତା ଗଙ୍ଗାଧର ହେର୍ଣ୍ଣା, ମାନପତି ଷIଣ୍ଡ, ବାଙ୍କେଲ ର ପୂର୍ବତନ ସରପଞ୍ଚ ଭେକେଲା ଘିଭେଲା, ଭୂନନ ଖରସେଳ, ସୁବାସ ହିଆଲ, ମଗଶିର ବନଛୋର, ନେଘି ଷାଣ୍ଢ , ଗୁଡିଘାଟ ର ମହାକାଳ ସଙ୍ଗ ର ସମସ୍ତ କର୍ମ କର୍ତ୍ତା ନେତୃତ୍ୱ ପ୍ରାୟ ୨୫୦ ଜଣ ଅନ୍ୟଦଳ ଛାଡି ବିଜେପି ରେ ଯୋଗଦାନ କରିଥିଲେ ।

କାର୍ଯ୍ୟକ୍ରମ କୁ ସାଧାରଣ ସମ୍ପାଦକ ନାରାୟଣ ସାହୁ, ପଦ୍ମନାଭ ସାହୁ କର ସଂଯୋଜନା ରେ ସୁବାସ ପୋଢ଼, ଟୁନା ବାବା, ରାମୁ କୁମ୍ବାର,ମାଧବୀ ସାହୁ, ସୌରଭ ସିଂ ମାଝୀ, ଉଗ୍ରେସନ ସାହୁ, ଉମେଶ ପୁଟେଳ, ଚୈତନ୍ୟ ସାହୁ, ଅଶୋକ କୁମାର ସାହୁ ମୋନଜ ସାହୁ, ମନୋଜ ଦରୁଆନ,ପ୍ରମୁଖ ସହ ଯୋଗ କରିଥିଲେ ।