ବାରୁଣୀ ଯାତ୍ରା ଦେଖି ଫେରୁଥିବା ବେଳେ କେନାଲ ପୋଲ ଉପରୁ ଖସି ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

0
35
ବାରୁଣୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୧୦/୦୪) : ଜଗତସିଂହପୁର ସଦର ବ୍ଲକରେ ଅଘଟଣ । ସିଦ୍ଧଳ ଗ୍ରାମର ତଳସାହି କେନାଲ ପୋଲ ଉପରୁ ବିଳମ୍ବିତ ରାତ୍ରରେ ସାଇକେଲରୁ ଖସି ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ଆଜି ସକାଳୁ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛି । ସୂଚନା ମୁତାବକ ସଦର ବ୍ଲକ କନ୍ତାର ଗ୍ରାମର ୫୮ ବର୍ଷୀୟ ଶରତ ଦାସ କାଲି ରାତିରେ ନିକଟସ୍ଥ କନକଦୁର୍ଗା ପିଠକୁ ବାରୁଣୀ ଯାତ୍ରା ଦେଖିବାକୁ ଯାଇଥିଲେ । ବିଳମ୍ବିତ ରାତ୍ରରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରୁଥିବା ସମୟରେ ସିଦ୍ଧଳସ୍ଥିତ ତଳସାହି କେନାଲ ପୋଲ ଉପରୁ ସାଇକେଲ ସହ ତଳକୁ ଖସି ପଡ଼ିଥିଲେ । ଆଜି ସକାଳୁ ପରିବାର ଲୋକେ ଖୋଜାଖୋଜି କରି କେନାଲ ଭିତରେ ସାଇକେଲ ସହ ମୁହଁମାଡି ମୃତ୍ୟୁ ଅବସ୍ଥାରେ ପଡିଥିବାର ଦେଖିଥିଲେ ।

ପରେ ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ ନିମନ୍ତେ ଭର୍ତ୍ତି କରିଛି । ପରିବାରର ଏକମାତ୍ର ରୋଜଗାରକ୍ଷମ ଶରତଙ୍କ ପରିବାରରେ ପତ୍ନୀଙ୍କ ସହ ୪ ଝିଅ ତାଙ୍କ ରୋଜଗାର ଉପରେ ନିର୍ଭର କରି ଚଳୁଥିଲେ । ତାଙ୍କ ଅକାଳ ମୃତ୍ୟୁ ପରେ ପରିବାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛି ।