ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସର ଚଢ଼ାଉ; ୩ ଗିରଫ, ୫ ଚମ୍ପଟ

0
34
ଡକାୟତି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୦/୦୪) : ତିନି ଜଣ ଡକାୟତଙ୍କୁ ଗିରଫ କରିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପୁଲିସ୍ ।

ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ଦୁଇ ରାଉଣ୍ଡ ଗୁଳି, ତିନୋଟି ବୋମା, ଗୋଟିଏ ଖଣ୍ଡା, ଗୋଟିଏ ଭୁଜାଲି ଓ ଗୋଟିଏ ବାଇକ୍ ଜବତ କରିଛି ପୁଲିସ୍ । ତେବେ ଆହୁରି ୫ ଡକାୟତ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ଆଳତୁମା ରଜ ମହୋତ୍ସବ ପଡ଼ିଆରେ ୮ ଜଣିଆ ଡକାୟତ ଗ୍ୟାଙ୍ଗ ଡକାୟତି କରିବା ପାଇଁ ଯୋଜନା କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା କାମାକ୍ଷାନଗର ପୁଲିସ । ଏହା ପରେ ସେଠାରେ ଚଢ଼ାଉ କରିଥିଲା ପୁଲିସ୍ ଟିମ୍ । ପୁଲିସ୍‌କୁ ଦେଖି ଡକାୟତମାନେ ଦୌଡ଼ି ପଳାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କାବୁ କରିବାରେ ପୁଲିସ ସଫଳ ହୋଇଥିଲା ।

ଅନ୍ୟ ୫ ଜଣ ଫେରାର ହୋଇଯାଇଥିଲେ । ଗିରଫ ଡକାୟତମାନେ ହେଉଛନ୍ତି- କାମାକ୍ଷାନଗର ଥାନା ଅନନ୍ତପୁର ସାହିର ମିଞ୍ଜ ଇବ୍ରାହିମ ବେଗ ଓରଫ ଫକୀରା, ଗୋଡିସାହିର ବିଶ୍ୱଜିତ ବେହେରା ଓରଫ ବିକି ଓ ଢେଙ୍କାନାଳ ସଦର ଥାନା ଅଞ୍ଚଳର ଅନୀଲ କୁମାର ନାୟକ । ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ୍‌ । ଫେରାର ହୋଇଯାଇଥିବା ଅନ୍ୟ ଡକାୟତମାନନଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି କାମାକ୍ଷାନଗର ଥାନା ଆଇଆଇସି ଧୀରେନ ବେହେରା ।