୮ କ୍ୱିଣ୍ଟାଲ ୩୫ କେଜି ମହୁଲ ଫୁଲ ସହ ଜଣକୁ ଗିରଫ କଲା ପୋଲିସ

0
27
୮ କ୍ୱିଣ୍ଟାଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୯/୦୪) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅବକାରୀ ବିଭାଗକୁ ବଡ ସଫଳତା । ୮ କ୍ୱିଣ୍ଟାଲ ୩୫ କେଜି ମହୁଲ ଫୁଲ ଜବତ କରି ଜଣକୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।

ଅଭିଯୁକ୍ତ ଜଣକ ହେଲେ ତୁରେକେଲା ବ୍ଲକ ଝରଣୀ ପଞ୍ଚାୟତ ତେନ୍ତୁଳୀଖୁଣ୍ଟି ଗାଁ’ର ନବୀନ ପୁଟା । ସୂଚନା ଅନୁସାରେ, ଏକ ଚାରିଚକିଆ ଟାଟା ଏସି ଗାଡ଼ିରେ ମହୁଲ ନେଇକି ବେଆଇନ ବିକ୍ରୟ ପାଇଁ ଅନ୍ୟତ୍ର ନେଉଥୁବାର ଖବର ପାଇଥିଲା ଅବକାରୀ ବିଭାଗ । ଅବକାରୀ ବିଭାଗର ଅଧିକାରୀ ପ୍ରବୀଣ ସାହୁଙ୍କ ତତ୍ୱାବଧାନ ରେ ଚଢ଼ାଉ କରିଥିଲା । ତୁରେକେଲା – ଲାଠୋର ଯିବା ରାସ୍ତା ତୁରେକେଲା କଲେଜ ପାଖରେ ସକାଳ ୭ ଟା ସମୟରେ ଧରାପଡ଼ିଥିବା ସୂଚନା ଦେଇଛନ୍ତି । ଚାଳକ ଜଣକ ନିଜେ ହିଁ ଗାଡି ମାଲିକ ବୋଲି ଜଣାପଡିଛି । ଜବତ ମହୁଲ ମୂଲ୍ୟ ଆନୁମାନିକ ୪୦ ହଜାରରୁ ଉର୍ଦ୍ଧ୍ବ ହୋଇପାରେ ବୋଲି ଜଣାପଡିଛି ।