ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା

0
29
ବାଲେଶ୍ୱର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୮/୦୩) : ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସକାଳେ ହୋଇଛି କାଳବୈଶାଖୀ ବର୍ଷା। ଝଡ଼ ତୋଫାନ ସହ ପ୍ରବଳ ବର୍ଷା ହୋଇଛି ।

ସକାଳୁ ସକାଳୁ ହଠାତ୍ ପାଗ ବଦଳି ମାଡ଼ିଆସିଥିଲା ଝଡ଼ତୋଫାନ । ବିଜୁଳି ଘଡଘଡି ସହ କିଛି ସମୟ ଲାଗି ପ୍ରବଳ ବର୍ଷା ହୋଇଥିଲା । ପ୍ରାୟ ୪୦ରୁ ୫୦ କିମି ବେଗରେ ବହିଥିଲା ପବନ । ଜିଲ୍ଲାର ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ଏହି ସବୁ ଅଞ୍ଚଳରେ ପ୍ରାୟ ଘଣ୍ଟାଏ ଧରି ବର୍ଷା ଓ ପବନ ଲାଗି ରହିଥିଲା । ଆସନ୍ତା ଦୁଇ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବା ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୨୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କାଳବୈଶାଖୀ ନେଇ ୧୨ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ଏହି ସବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ । ତା’ ସହିତ ପ୍ରବଳ ବର୍ଷା ହୋଇପାରେ ।

ଏହି ସମୟରେ ବିଜୁଳି, ଘଡ଼ଘନି ମଧ୍ୟ ହୋଇପାରେ। କିଛି ସ୍ଥାନରେ କୁଆପଥର ମାଡ଼ ହୋଇପାରେ। କଟକ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆଉ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣ ଜାରି ହୋଇଛି । ସେହିପରି ୨୦ ତାରିଖ ସକାଳ ସାଢ଼େ ୮ଟାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ କଯକ ଜିଲ୍ଲା ପାଁ ଅରେଞ୍ଚ ୱାର୍ଣ୍ଣଂ ଜାରି କରାଯାଇଛି ।

ବିଜୁଳି, ଘଡ଼ଘଡ଼ି ସହିତ ଏହି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଏହି ସମୟ ମଧ୍ୟରେ କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ଗୋଟଇଏ ବା ଦୁଇଟି ସୋଥାନରେ ବିଜୁଳି ଘଡ଼ଘଡ଼ି ମାରିବା ସହିତ ବର୍ଷା ହୋଇପାରେ । ଏପରିକି ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ ।