ପାଣି ଚାମ୍ବରରୁ ପିଏଚଡି କର୍ମଚାରୀଙ୍କ ମୃତଦେହ ଉଦ୍ଧାର

0
26
ପାଣି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୨/୦୪) : ପାଣି ଚାମ୍ବରରେ ପଡ଼ି ପିଏଚଡି ଠିକା କର୍ମଚାରୀଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଭୁବନେଶ୍ୱର CRP ଛକ ଠାରେ ଥିବା ଏକ ପାଣି ଚାମ୍ବରରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ମୃତ କର୍ମଚାରୀଙ୍କ ଜଣଙ୍କ ହେଲେ ବଳରାମ ଗୌଡ଼ । ଗତକାଲି ୪ଟା ସମୟରେ ବଳରାମ CRP ଛକ ଠାରେ ଥିବା ଏକ ପାଣି ଚାମ୍ବରକୁ କାମ କରିବା ପାଇଁ ଯାଇଥିଲେ । ବଳରାମ ସନ୍ଧ୍ୟାହେବାରୁ ଅଫିସକୁ ନ ଫେରିବାରୁ ଅନ୍ୟ କର୍ମଚାରୀମାନେ ତାଙ୍କ ଘରକୁ ଫୋନ କରିଥିଲେ । ବଳରାମ ଘରକୁ ଆସି ନଥିବା ପରିବାର ଲୋକେ କହିଥିଲେ । ପରେ କର୍ମଚାରୀମାନେ ଖୋଜାଖୋଜି କରିଥିଲେ । ପରେ ବଳରାମ ପାଣି ଚାମ୍ବରରେ ପଡ଼ିଥିବା ଦେଖିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବଳରାମଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣା ସଂପର୍କରେ ବଳରାମଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ତେବେ ବଳରାମଙ୍କର କିପରି ମୃତ୍ୟୁ ଘଟିଲା କାରଣ ଅସ୍ପଷ୍ଟ ରହିଛି । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ବଳରାମଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ବଳରାମଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।