ଭେଙ୍କେଟେଶ୍ୱର ମନ୍ଦିରର ବାର୍ଷିକ ଉତ୍ସବରେ ବହୁ ଭକ୍ତ ସମାଗମ

0
59
ଭେଙ୍କେଟେଶ୍ୱର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୩/୫) : କାଶୀନାଗର ଠାରେ ଥିବା ଭେଙ୍କେଟେଶ୍ୱର ମନ୍ଦିର ଗତ ତିନି ଦିନ ହେଲା ଉତ୍ସବ ମୁଖର ହୋଇଥିବା ନଜର କୁ ଆସିଛି ।

ମନ୍ଦିରର ୨୪ ବର୍ଷ ପୂର୍ତ୍ତି ଅବସରରେ ଗତ ୧୧ ତାରିଖ ଦିନ କଳସୀ ଯାତ୍ରା କରିବା ସହ ସେହି ପାଣିରେ ଜଳାଭିଷେକମ କରିବା ସହ ବିଷ୍ଣୁ ସହର୍ସ ନାମ ସହ ହୋମ ଆରମ୍ଭ ହୋଇଥିଲା । ୧୨ ତାରିଖ ଦିନ କୁମୁକୁମୁ ଅର୍ଚନା କରିବା ସହ ପଦ୍ମାବତୀ ସହସ୍ର ନାମ ସହ ଯଂଜ୍ଞ ହୋଇଥିଲା । ଆଜି ଶେଷ ଦିନ ଏମ. ମୁରଲୀଙ୍କ ସହ ତାଙ୍କ ପତ୍ନୀ ସୁନିତା ଓ ଆର. ରବୀନ୍ଦ୍ରବାବୁଙ୍କ ସହ ତାଙ୍କ ପତ୍ନୀ ଲକ୍ଷ୍ମୀ ଦୁହେଁ ମିଳିତ ଭାବେ ଭେଙ୍କେଟେ ଶ୍ୱର କଲ୍ୟାଣ ଉତ୍ସବ ଯଂଜ୍ଞ ରେ ପୂଜା ଆରାଧନା କରିବା ସହ ଏଠାରେ ପ୍ରାୟ ଦୁଇ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି ଉତ୍ସବ ଦେଖିବା ପାଇଁ ଦୂର ଦୁରାନ୍ତରୁ ବହୁ ଭକ୍ତ ସମାଗମ ହୋଇଥିଲେ ।

ସନ୍ଧ୍ୟା ସମୟରେ ଭେଙ୍କେଟେଶ୍ୱର ସ୍ୱମୀଙ୍କୁ ଗୋଟେ ରଥରେ ବସାଇ ବହୁ ଭକ୍ତଙ୍କ ଉପସ୍ଥିତିରେ ନଗର ପରିକ୍ରମା କରି ପରିଭ୍ରମଣ କରିଥିଲେ । ମନ୍ଦିର ସମ୍ପାଦକ ପଡ଼ଲା ଭେଙ୍କେଟ ରାଓ ଦୀର୍ଘ ୨୪ ବର୍ଷ ପୂର୍ବେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା ସେବେ ଠାରୁ ଭେଙ୍କେଟେଶ୍ୱର ସ୍ୱାମିଙ୍କ କରୁଣାରୁ ଓ ଭକ୍ତ ମାନଙ୍କ ଦାନ ତଥା ସରକାରୀ ଅନୁଦାନ ଦ୍ୱାରା ମନ୍ଦିରର ଉନ୍ନତି ଧୀରେ ଧୀରେ ହେବାରେ ଲାଗିଛି ବୋଲି ବକ୍ତବ୍ୟ ରଖିଥିଲେ ।