ଡଙ୍ଗରପଡା ଠାରେ କଂଗ୍ରେସ କର୍ମୀ ସମ୍ବିଳନୀ ଓ ମିଶ୍ରଣ ପର୍ବ”

0
164
ଡଙ୍ଗରପଡା

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୩/୪) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଅନ୍ତର୍ଗତ ପତ୍ରାପାଲି(କ) ଓ ଡଙ୍ଗରପଡା ପଞ୍ଚାୟତ କୋକଡୁଙ୍ଗରି ଠାରେ କଂଗ୍ରେସ ସମ୍ବିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି lWhatsApp Image 2024 04 14 at 10.03.31 ଡଙ୍ଗରପଡା ଠାରେ କଂଗ୍ରେସ କର୍ମୀ ସମ୍ବିଳନୀ ଓ ମିଶ୍ରଣ ପର୍ବ"

ଏଥିରେ ମୁଖ୍ୟ ଅତିଥି ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ସମ୍ମାନିତ ଅତିଥି ଯୁବନେତା ତଥା ପିସିସି ସଦସ୍ୟ ଅମିତ ସିଂ ସାଲୁଜା, ଆଇନଜୀବୀ କାଁହ୍ନୁଚରଣ ବହିଦାର, ବ୍ଲକ କଂଗେସ ସଭାପତି ପ୍ରଫୁଲ୍ଲ ବଘାର, ଡଙ୍ଗରପଡା ସରପଞ୍ଚ ରାମଦାସ ମହାକୁର ପ୍ରମୁଖ ମଞ୍ଚାସିନ ଥିଲେ l ଏହି ଅବସରରେ ଅନ୍ୟ ଦଳର ବହୁ କର୍ମକର୍ତ୍ତା ବିଧାୟକଙ୍କ ତଥା କଂଗ୍ରେସ ଦଳର ନୀତି ଆଦର୍ଶ କୁ ଅନୁପ୍ରାଣିତ ହୋଇ ଡଙ୍ଗରପଡା ଓ ପତ୍ରାପାଲି (କ ) ଶତାଧିକ ପୁରୁଷ ଓ ମହିଳା କଂଗ୍ରେସ ଦଳରେ ସାମିଲ ହୋଇଥିଲେ l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବେଲାରସେନ ବେହେରା, କିଷାନ କଂଗ୍ରେସ ସଭାପତି ଗିରିଧାରୀ ସାହୁ, ବ୍ଲକ କଂଗ୍ରେସ ଉପସଭାପତି ବିଭୀଷଣ ମହାନନ୍ଦ ସମେତ ଶତାଧିକ କଂଗେସ ନେତା, କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ l