ନାମାଙ୍କନ ପୂର୍ବରୁ ଜୋର ଧରିଛି ବିଜେଡିରେ ମିଶ୍ରଣ ପର୍ବ

0
30
ନାମାଙ୍କନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୩/୪) : କଥାରେ ଅଛି ରାଜନୀତିରେ ଘଡିକରେ ଘୋଡ଼ା ଛୁଟେ । ନେତା, ମନ୍ତ୍ରୀ ଓ କର୍ମିଙ୍କ ଦଳ ବଦଳ ଠିକ୍ ନିର୍ବାଚନ ପୂର୍ବରୁ ଜୋର ଧରିଥାଏ ।

ନାମାଙ୍କନ ପୂର୍ବରୁ ଜୋର ଧରିଛି ବିଜେଡିରେ ମିଶ୍ରଣ ପର୍ବ । ଯେତେବେଳେ ଦଳରେ ନେତା ହେଉ ବା କର୍ମୀ ଅଣନିଃଶ୍ବାସୀ ହୋଇଯାଆନ୍ତି କି କଣଠେସା ହେବାର ଅନୁଭବ କରନ୍ତି ସେତେବେଳେ ମିଶ୍ରଣ ପର୍ବର ଆବଶ୍ୟକ ହୁଏ । ଆଜି ରାୟଗଡା ଜିଲ୍ଲା ପଦ୍ମପୁର ଅଞ୍ଚଳରେ ବହୁ ବିଜେପି କର୍ମୀ ବିଜେଡ଼ି ରେ ଯୋଗଦାନ କରିଥିବା ସୂଚନା ମିଳିଛି । ଏହି ମିଶ୍ରଣ ପର୍ବରେ ମନ୍ତ୍ରୀ ଜଗନ୍ନାଥ ସାରକା , ବିଧାୟକ ରଘୁନାଥ ଗମାଙ୍ଗ ଓ ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ସୁଧୀର ଦାସ ଉପସ୍ଥିତ ରହି ଆଗନ୍ତୁକ ମାନଙ୍କୁ ଦଳକୁ ସ୍ବାଗତ କରିଥିଲେ । ଫଳରେ ପଦ୍ମପୁର ଅଞ୍ଚଳରେ ବିଜେଡ଼ି ଦଳର ସଙ୍ଗଠନ ଆହୁରି ସୁଦୃଢ଼ ହେବ ବୋଲି ମତପ୍ରକାଶ ପାଇଛି ।