ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ଅଣଦେଖା କରୁଛି ବ୍ୟାଙ୍କ୍

0
675
ସରକାରୀ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୫/୦୪) : ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବେକାରୀ ସମସ୍ୟା ଦୂର କରିବା ନିମନ୍ତେ ନାନା ପ୍ରକାର ଯୋଜନା ଗୁଡ଼ିକ ଲାଗୁ କରିଛନ୍ତି ।WhatsApp Image 2024 04 15 at 10.27.58 ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ଅଣଦେଖା କରୁଛି ବ୍ୟାଙ୍କ୍

ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ଅଣଦେଖା କରୁଛି ବ୍ୟାଙ୍କ୍ । ଯାହାଦ୍ବାରା ପାଠ ପଢା ଯୁବକ ଯୁବତୀ ସ୍ବାବଲମ୍ବୀ ଓ ଆତ୍ମ ନିର୍ଭରଶିଳ ହୋଇ ପାରିବେ। ସେଥି ମଧ୍ୟରୁ କେନ୍ଦ୍ର ସରକାରଙ୍କ (PMEGP) prime minister Entrepreneurship generation programme ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଦ୍ବାରା କମ୍ ସୁଧରେ ବ୍ୟାଙ୍କ୍ ମାନଙ୍କ ଦ୍ଵାରା ଋଣ ପ୍ରଦାନ କରାଯାଇ ବେକାର ସମସ୍ୟା ଦୂର କରିବାକୁ ପ୍ରଚେଷ୍ଟା ହୋଇଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହୁଥିବା ଯୁବକ ଯୁବତୀ ଙ୍କ ପାଇଁ ରିହାତି ମଧ୍ୟ ରହିଛି ଏହି ଯୋଜନାରେ ।

ଏହି କ୍ରମରେ ଗତ ୨୬-୦୭-୨୦୨୩ ତାରିଖ DIC ଅଫିସ ସମ୍ମିଳନୀ କକ୍ଷରେ ୧୪ଦିନିଆ ତାଲିମ୍ କାର୍ଯ୍ୟକ୍ରମ ମଧ୍ୟ ଆୟଜନ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଳାର ୧୧ଗୋଟି ବ୍ଲକରୁ ମାତ୍ର ୩୫ଜଣ ହିଁ ଯୁବକ ଯୁବତୀ ଆବେଦନ କରିଥିଲେ । କିଛି ଆବେଦନକାରିଙ୍କ ଦସ୍ତାବେଜ ସଠିକ୍ ନ ଥିବା ଯୋଗୁଁ ବ୍ୟାଙ୍କ ସେମାନଙ୍କୁ ଋଣ ପ୍ରଦାନ କରି ନ ଥିଲେ । ସେଥି ମଧ୍ୟରୁ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଥିଲେ ସେମାନଙ୍କୁ ଋଣ ମିଳିବ ବୋଲି ବ୍ୟାଙ୍କ୍ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ, ସେଥି ମଧ୍ୟରୁ ରାୟଗଡ଼ ସହରରେ ରହୁଥିବା ଗୋପିନାଥ ଗୌଡ଼ IDBI ବ୍ୟାଙ୍କରେ ଲୋନ ଆବେଦନ କରିଥିଲେ ।

ଯୁବକ ଜଣଙ୍କ ସମସ୍ତ କାଗଜ ପତ୍ର ଠିକ୍ ଥିବା ସତ୍ତ୍ବେ IDBI ବ୍ୟାଙ୍କ୍ ମାତ୍ର ୩ଲକ୍ଷ ଟଙ୍କା ଋଣ ଦେବା ପାଇଁ ୧ଲକ୍ଷ ୨୦ହଜାର ଟଙ୍କା ଋଣ ପ୍ରଦାନ କରି ବଳକା ୧ଲକ୍ଷ ୮୦ହଜାର ଟଙ୍କା ଦେବା ପାଇଁ ଆଜକୁ ୬ମାସ ଧରି ଭୁଆଁ ବୁଲାଉଥିବା ଦେଖିବାକୁ ମିଳିଛି । ସକାଳୁ ସଂଧ୍ୟା ବ୍ୟାଙ୍କର ଚକ୍କର କାଟୁଛନ୍ତି ଗୋପିନାଥ ଗୌଡ଼। ଦାୟିତ୍ୱରେ ଥିବା ବାବୁ ମାନେ ଆଜିଓ କାଲିକୁ ଆସ କହି ଦୀର୍ଘ ୬ମାସ ହେଲାଣି ଋଣ ପ୍ରଦାନ କରୁ ନ ଥିବାର ସେ ଅଭିଯୋଗ କରିଛନ୍ତି । ସରକାର ଙ୍କ ଯୋଜନାରେ ମିଳୁଥିବା ଋଣ ପ୍ରଦାନ କରିବା ପାଇଁ ଏତେ ଅବହେଳନା କଣ ପାଇଁ ବୋଲି ପ୍ରଶ୍ନ ଉଠିଛି। ବ୍ୟାଙ୍କ୍ ଋଣ କାହା ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି ।WhatsApp Image 2024 04 15 at 10.25.33 ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ଅଣଦେଖା କରୁଛି ବ୍ୟାଙ୍କ୍

ଏତିକି ମଧ୍ୟରେ ପାଇଥିବା ୧ଲକ୍ଷ ୨୦ହଜାର ଟଙ୍କା ନିମନ୍ତେ ୩/୪ଥର କିସ୍ତି ମଧ୍ୟ ବ୍ୟାଙ୍କ୍ ରେ ଜମା କରି ସାରିଛନ୍ତି । ଏପରିକି ଲୋନ ଦେବା ପୂର୍ବରୁ ବ୍ୟାଙ୍କ୍ ଜବରଦସ୍ତି ୧୦ ହଜାର ଟଙ୍କା ଫିକ୍ସ ଡିପୋଜିଟ କରିବା ପାଇଁ ବାଧ୍ୟ କରିଥିବା କହିଛନ୍ତି । ଗୋଟିଏ ଦିନ କିସ୍ତି ଅର୍ଥ ଜମା କରିବା ବିଳମ୍ବ ହେଲେ ବମ୍ବେ, ଦିଲ୍ଲୀ ଓ ରାୟପୁର ଭୁବନେଶ୍ଵରରୁ ବାରମ୍ବାର ଫୋନ୍ କୋଲ୍ ଆସୁଥାଏ ବୋଲି କହିଛନ୍ତି ଗୋପିନାଥ । କିନ୍ତୁ, ଅଧା ଋଣ ଦେଇ ଆଉ ବଳକା ଋଣ ଦେବାକୁ ବ୍ୟାଙ୍କ୍ କର୍ମଚାରୀ ଙ୍କୁ କାହିଁକି ବାଧ୍ୟ କରି ପାରୁ ନାହାଁନ୍ତି ଉପରିସ୍ଥ ଅଧିକାରୀ ବୋଲି ଏଠାରେ ପ୍ରଶ୍ନ ଉଠିଛି ।

ଯୋଗ୍ୟ ହିତାଧିକାରୀଙ୍କୁ ବ୍ୟାଙ୍କ ପକ୍ଷରୁ ଏହିଭଳି ଅଣଦେଖାକୁ ସାଧାରଣରେ ନିନ୍ଦା କରଯାଇଛି । ଏପରିକି ଲୋନ୍ ଦେବା ଦାୟିତ୍ୱରେ ଥିବା ଅଧିକାରୀ ଜଣକ ବାରମ୍ଵାର ଫୋନ୍ କୋଲ୍ କରିଲେ ମଧ୍ଯ ରିସିଭ କରୁ ନାହାନ୍ତି। ବ୍ୟାଙ୍କର ଏହିଭଳି ମନ୍ଥର କାର୍ଯ୍ୟକୁ ଗୋପିନାଥ ଗୌଡ଼ ଉପରିସ୍ଥ ଅଧିକାରି ମାନଙ୍କ ଠାରେ ଅଭିଯୋଗ କରିବେ ବୋଲି କହିଛନ୍ତି।