ରାୟଗଡା ସହରରେ ସ୍ଥିତ ଫରେଷ୍ଟ ପାର୍କ ପରିସରରେ ବିଶ୍ବ ବନ ଦିବସ ୨୦୨୪ ପାଳିତ

0
42
ରାୟଗଡା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୨/୦୩) : ରାୟଗଡା ସହରରେ ସ୍ଥିତ ଫରେଷ୍ଟ ପାର୍କ ପରିସରରେ ବିଶ୍ବ ବନ ଦିବସ ୨୦୨୪ ପାଳିତ ହୋଇଯାଇଛି ।WhatsApp Image 2024 03 21 at 23.36.59 ରାୟଗଡା ସହରରେ ସ୍ଥିତ ଫରେଷ୍ଟ ପାର୍କ ପରିସରରେ ବିଶ୍ବ ବନ ଦିବସ ୨୦୨୪ ପାଳିତ

ବିଭାଗୀୟ ଜଙ୍ଗଲ ଅଧୂକାରୀ ସଚିନ୍ ଆନ୍ନାସାହେବ ଅହଲ ଆଇଏଫଏସ ରାୟଗଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦିବସ ଅବସରରେ ମୁଖ୍ୟ ଅତିଥ୍‌ ଭାବେ ମନୋଜ ସତ୍ୟବାନ୍ ମହାଜନ, ଆଇଏଏସ୍ କଲେକ୍ଟର ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ରାୟଗଡା, ଶ୍ରୀ ହରିଶା ବି.ସି., ଆଇପିଏସ୍ ପୋଲିସ୍ ଅଧୀକ୍ଷକ, ଗୁଣୁପୁର ଉପଜିଲ୍ଲାପାଳ କିରଣଦିପ କୈର ଆଇଏଏସ୍ ରାୟଗଡା ଯୋଗ ଦେଇ ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ପାର୍କ ପରିସରରେ ବୃକ୍ଷରୋପଣ କରିଥିଲେ ।

ଏହା ପରେ ବନ ସଂରକ୍ଷଣ ଉପରେ ନିଜ ନିଜ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରତିବର୍ଷ ମାର୍ଚ୍ଚ ୨୧ରେ ପାଳିତ ବିଶ୍ବ ଜଙ୍ଗଲ ଦିବସ ପ୍ରତ୍ୟେକ ଜୀବନରେ ଜଙ୍ଗଲର ଗୁରୁତ୍ବପୂର୍ଣ ଭୂମିକାକୁ ଆଲୋକିତ କରିଥାଏ । ଚଳିତ ବର୍ଷ ୨୦୨୪ର ବିଶ୍ବ ଜଙ୍ଗଲ ଦିବସର ମୁଖ୍ୟ ବିଷୟବସ୍ତୁ ‘ଜଙ୍ଗଲ ଏବଂ ଉଦ୍ଭାବନ: ଏକ ଉନ୍ନତ ବିଶ୍ବ ପାଇଁ ନୂତନ ସମାଧାନ’, ଜଳବାୟୁ ପରିବର୍ତ୍ତନ ଏବଂ ଜୀବ ବିବିଧତା ନଷ୍ଟକୁ ମୁକାବିଲା ପାଇଁ ଅଭିନବ ଉପାୟର ଆବଶ୍ୟକତା ଉପରେ ଗୁରୁତ୍ୱା ତ୍ବାରୋପ କରିବାକୁ ହେବ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଜଙ୍ଗଲ ବୃକ୍ଷର ମହତ୍ତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା, ସ୍ଥାୟୀ ଜଙ୍ଗଲକୁ ପରିଚାଳନା ଅଭ୍ୟାସ ଅର୍ଥନୀତି ଏବ ସମାଜ ପାଇଁ ଜଙ୍ଗଲର ବିଭିନ୍ନ ଅବଦାନକୁ ପ୍ରୋତ୍ସାହିତ କରିବା ।

ବର୍ଷ ବର୍ଷ ଧରି, ଜଙ୍ଗଲ ସମ୍ବନ୍ଧୀୟ ସମସ୍ୟାର ସମାଧାନ, ସଂରକ୍ଷଣ ପ୍ରୟାସ ପାଇଁ ଜଙ୍ଗଲ ପରିଚାଳନା ତଥା ସଂରକ୍ଷଣର ଅଭିନବ ଉପାୟ ଉପରେ ଆଲୋଚନା କରିବା ପାଇଁ ସରକାର, ସଂଗଠନ, ସମ୍ପ୍ରଦାୟ ଏବଂ ବ୍ୟକ୍ତିବିଶେଷଙ୍କ ପାଇଁ ବିଶ୍ବ ବନ ଦିବସ ଏକ ବିଶ୍ବସ୍ତରୀୟ ପ୍ଲାଟଫର୍ମରେ ପରିଣତ ହୋଇଛି।

ଉକ୍ତ ଦିବସରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ବାରା ବୃକ୍ଷରୋପଣ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ବାରା ଜଙ୍ଗଲ ସଂରକ୍ଷଣ ନେଇ ନିଜ ନିଜ ବକ୍ତବ୍ୟ ରଖୁଥିଲେ । ଏହି ଦିବସରେ ଶ୍ରେଷ୍ଠ ବନ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଜଙ୍ଗଲ ସଂରକ୍ଷଣ ସମ୍ବନ୍ଧିତ ନେଇ ବିଭିନ୍ନ ପ୍ରତିଯୋଗିତାରେ ବିଜେତା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥ୍‌ ପୁରସ୍କୃତ କରିଥିଲେ । ଏହି ଦିବସରେ ଅନ୍ୟାନ୍ୟ ଅତିଥ୍‌ଙ୍କ ମଧ୍ୟରେ ଏସିଏଫ ଅଶୋକ ପ୍ରଧାନ, ରେଞ୍ଜର ଓ ଫରେଷ୍ଟର, ଫରେଷ୍ଟଗାର୍ଡ ସହ ଅନ୍ୟସବୁ ଉପସ୍ଥିତ ଥିଲେ ।