ମା ଉଦୟଗିରି କ୍ରିକେଟ ଟର୍ଣ୍ଣାମେଣ୍ଟ ଶୁଭ ଉଦଘାଟନ

0
62
ମା

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୪/୪) : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ, ସାହାଡ଼ା ଗ୍ରାମ ରେ ଆଜି ମା ଉଦୟଗିରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭ ଉଦଘାଟନ ହୋଇଯାଇଛି ।

ଆଜିର ଏହି ଶୁଭ ଉଦଘାଟନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି, ଜନ ଜାତି ଓ ପଛୁଆ ବର୍ଗ ସଂଖ୍ୟାଲଘୁ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ ଯୋଗ ଦେଇ କ୍ରିକେଟ ଟୁର୍ନାମେଣ୍ଟ ର ଉଦଘାଟନି ମେଚ ରେ ରେବନ କାଟି ଖେଳ ଆରମ୍ଭ କରିଥିଲେ । ଆଜିର ଏହି ଉଦ୍ଘାଟନୀ ମେଚରେ ଜିଲ୍ଲା ପରିଷଦ ବିଜୟ ଶାନ୍ତି କୁମ୍ବୃକା, ଡୁକୁମ ସରପଞ୍ଚ କିରଣ ସାରକା, ପୂର୍ବତନ ସାହାଡ଼ା ସରପଞ୍ଚ ଜୟରାମ କାଡ୍ରାକା, ପୂର୍ବତନ ଉପାଧ୍ୟକ୍ଷ ରମେଶ ପାଲାକା, ଭାତପୁର ପୂର୍ବତନ ସରପଞ୍ଚ ଗଙ୍ଗା ହୁଇକା,ବିଜେଡି ଯୁବନେତା ଅଙ୍ଗଦ କଲକା, ଆଶ୍ରିବାଦ ପାଳ, ଅଶୋକ ପାଡ଼ି, ଚନ୍ଦନ ମାଣ୍ଡିକା, ରାମଚନ୍ଦ୍ର କୁ୍ଟ୍ରୁକା ସମେତ ଉପସ୍ଥିତ ଥିଲେ l

ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ୨୪ ଟି ଦୋଳ ଭାଗ ଥିବାବେଳେ ବିଜୟ ଦଳ କୁ ୩୦,୦୦୦ ଟଙ୍କା ସହ ଟ୍ରଫି ଏବଂ ପରାଜୟ ଦଳକୁ ୨୦,୦୦୦ ଟଙ୍କା ସହ ଟ୍ରଫି ରଖାଯାଇଛି l ଉପସ୍ଥିତ ଥିବା ଅତିଥି ମାନେ ଉଭୟ ଦଳ ପକ୍ଷରୁ ଖେଳାଳି ମାନଙ୍କୁ ସାକ୍ଷାତ କରି କ୍ରିକେଟ ଖେଳ ଏକ ବନ୍ଧୁତା ର ଖେଳ ଭଲ ଖେଳଖେଳି ଅଞ୍ଚଳର ଓ ଜିଲ୍ଲାର ନାମ ରଖିବା ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଗୋଟିଏ ଭଲ ଖେଳାଳି ପାଇଁ ଜରୁରୀ ବୋଲି ପରାମର୍ଶଦେଇଥିଲେ । ତୃତୀୟ ଥର ପାଇଁ ମା ଉଦୟଗିରି କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯାଇଥିବା ଯୋଗୁ ଅଞ୍ଚଳରେ ଦର୍ଶକ ମାନଙ୍କ ମଧ୍ୟରେ କ୍ରିକେଟ ଟର୍ଣ୍ଣାମେଣ୍ଟ ପ୍ରତି ଉତ୍ସାହ ଦେଖିବାକୁ ମିଳିଛି l

ଏହି ଟୁର୍ଣ୍ଣାମେଣ୍ଟ କୁ ସାହଡା ଆଦିବାସୀ ସାହି ଯୁବକ ମାନେ ଆୟୋଜନ କରିଥିବା ବେଳେ ଏଠାରେ ସୁରେନ୍ଦ୍ର ମାଣ୍ଡିକା, ଜାଗିଲି, ସୁରେଶ, ଚିକୁ, ନିକୁ, ପରକ୍ଷିତ, ହେମରାଜ, ରାମରାଓ, ସୁବାରାଓ, ପପୁ ସମେତ ଅନେକ ସହଯୋଗ କରିଛନ୍ତି l