ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ରେ ଶ୍ରୀରାମ ନବମୀ ପାଳିତ

0
50
ଶ୍ରୀରାମ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୮/୦୪) : ପୁରୁଷୋତ୍ତମପୁର ସହରରେ ଥିବା ରାଧାକାନ୍ତ ସାହିରେ ଥିବା ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନର ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ର, ଛାତ୍ରୀ ଙ୍କ ସହଯୋଗ ରେ ଆଜି ଶ୍ରୀରାମ ନବମୀ ଅବସରରେ ଅନୁଷ୍ଠାନ ମଧ୍ୟରେ ହୋମ, ଯଜ୍ଞ, ଜ୍ଞାନ ଯଜ୍ଞ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି lWhatsApp Image 2024 04 17 at 17.21.50 ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ରେ ଶ୍ରୀରାମ ନବମୀ ପାଳିତ

ସ୍ଥାନୀୟ ଅନ୍ତଃରାଷ୍ଟ୍ରୀୟ ଶ୍ରୀକୃଷ୍ଣ ଚେତନା ସଂଘ ର ପ୍ରବକ୍ତା ଶ୍ରୀମାନ ବ୍ରଜଗୋବିନ୍ଦ ଦାସ ମହାରାଜ ପ୍ରଭୂ ଶ୍ରୀରାମ ଙ୍କ ଶୁଗୁଣାବଳୀ ବ୍ୟାଖ୍ୟା କରିଥିଲେ l ଅନୁଷ୍ଠାନ ର ଶତାଧିକ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରି ବିଭୂ କୃପା ଲାଭ କରିଥିଲେ l ଶେଷରେ ଛାତ୍ରଛାତ୍ରୀ ମାନେ ପ୍ରଭୂ ଶ୍ରୀରାମଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିସାରି ପ୍ରସାଦ ସେବନ ପୂର୍ବକ ସ୍ୱଗୃହକୁ ପ୍ରସ୍ଥାନ କରିଥିଲେ |

Leave a Reply