ସମ୍ବିଧାନ ଓ ଗଣତନ୍ତ୍ର ସୁରକ୍ଷା ପାଇଁ ସାମ୍ପ୍ରଦାୟିକ ଫାଶୀବାଦୀକୁ ପରାସ୍ତ କରିବା ଲକ୍ଷ୍ୟରେ ସି ପି ଆଇ (ଏମ୍ ଏଲ୍) ଲିଵରେସନ୍

0
166
ସମ୍ବିଧାନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୭/୪) : ଆମ ଦେଶର ସମ୍ବିଧାନ ଓ ଗଣତନ୍ତ୍ର ଆଜି ବିପଦରେ । ଇଡି, ସିବିଆଇ, ଏନ୍ ଆଇ ଏ ଭଳି ସାମ୍ବିଧାନିକ ସଂସ୍ଥାକୁ ଦଳୀୟ ସ୍ବାର୍ଥରେ ବ୍ୟବହାର କରି ଗଣତନ୍ତ୍ରକୁ ଧ୍ଵଂସ କରାଯାଉଛି ।WhatsApp Image 2024 04 17 at 17.22.23 1 ସମ୍ବିଧାନ ଓ ଗଣତନ୍ତ୍ର ସୁରକ୍ଷା ପାଇଁ ସାମ୍ପ୍ରଦାୟିକ ଫାଶୀବାଦୀକୁ ପରାସ୍ତ କରିବା ଲକ୍ଷ୍ୟରେ ସି ପି ଆଇ (ଏମ୍ ଏଲ୍) ଲିଵରେସନ୍

୧୦ ବର୍ଷର ଶାସନ କାଳରେ ମୋଦିଜୀ କେବଳ ମିଥ୍ୟା ପ୍ରତିଶୃତି , କର୍ପୋରେଟ୍ ଲୁଟ ଓ ଦମନ କରିଚାଲିଛନ୍ତି ‌। ସଂଖ୍ୟାଲଘୁଙ୍କ ବିରୋଧରେ ଘୃଣା ଓ ହିଂସା ଵଢିଵାରେ ଲାଗିଛି ।‌ ସମସ୍ତ କଥାରେ ଓଡ଼ିଶାର ନବୀନ ବାବୁ ମୋଦୀ ଙ୍କୁ ସମର୍ଥନ ଦେଉଛନ୍ତି । ସଂଖ୍ୟାଲଘୁ, ଦଳିତ, ଆଦିବାସୀ ଓ ମହିଳାଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି । ଗଣତନ୍ତ୍ର ବନାମ ଫାଶୀବାଦର ଏହି ନିର୍ଣ୍ଣାୟକ ଲଢେ଼ଇରେ ସି ପି ଆଇ (ଏମ୍ ଏଲ୍) ଲିଵରେସନ୍ ତା’ର ସମସ୍ତ ଶକ୍ତି ଦେଇ ସଂଘର୍ଷ ଜାରି ରଖିଛି । ଏହି ପରିପ୍ରେକ୍ଷିରେ ରାଜ୍ୟ କମିଟି ଗତ ୧୫/୪/୨୪ ତାରିଖରେ ବୈଠକ କରି ଗୋଟିଏ ଲୋକସଭା ଓ ୫ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଗୁଣପୁର ବିଧାନସଭା ଆସନ ପାଇଁ ସି ପି ଆଇ (ଏମ୍ ଏଲ୍) ଲିଵରେସନ୍ ପକ୍ଷରୁ ଆଦିବାସୀ ନେତା ଅନାସିମ ଶଵର ଙ୍କୁ ପ୍ରାର୍ଥୀ କରାଯାଇଛି । ସେ ଦଳୀୟ ଚିହ୍ନ ” ତିନି ତାରା ପତାକା ” ରେ ନିଜ ଭାଗ୍ୟ ପରିକ୍ଷା କରିବାକୁ ମଇଦାନକୁ ଓହ୍ଲାଇଛନ୍ତି ଏବଂ ଗ୍ରାମାଞ୍ଚଳରେ ସଭା କରି ଜନସାଧାରଣ ଙ୍କ ଆର୍ଶ୍ରୀବାଦ ଭିକ୍ଷା କରୁଥିବା ସୂଚନା ମିଳିଛି ।

Leave a Reply