ହଜାର ହଜାର ଭକ୍ତଙ୍କ ସମାଗମରେ ମାଁ ଡଙ୍ଗର ଦେଇ ଯାତ୍ରା ଅନୁଷ୍ଠିତ

0
73
ହଜାର

ରିପୋର୍ଟ : ରବି ଶଙ୍କର ମହାପାତ୍ର
ବୋରିଗୁମ୍ମା, (୨୦/୪) : ବୋରିଗୁମ୍ମା ବ୍ଲକ୍ କାମରା ଗ୍ରାମସ୍ଥ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ପାହାଡ଼ ପାଦଦେଶରେ ଥିବା ମାଁ ଡଙ୍ଗର ଦେଇଙ୍କ ପୀଠରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୁକ୍ରବାର ଅପରାହ୍ନରେ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।

ଚଲାନ ଗୁଡା, ବାଲିଗୁଡ଼ା ଓ କାମରା ଗ୍ରାମରୁ ଦେବୀଙ୍କ ପ୍ରତୀକ ଲାଠି ଆସିବା ପରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇ ଥିଲା । ଏହି ମନ୍ଦିରରେ ଡଙ୍ଗର ଦେଇ, ଚାମୁଣ୍ଡେଶ୍ଵରୀ ତଥା ସାତ ଭଉଣୀଙ୍କ ସମେତ ଅନ୍ୟାନ୍ୟ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପାହାଡ଼ ଶୀର୍ଷରେ ଥିବା ଏକ ଗୁମ୍ଫାକୁ ଯାଇ ବାଘକୁ ଠାକୁରାଣୀ ପ୍ରସାଦ ଅର୍ପଣ କରିବା ପରମ୍ପରା ମଧ୍ୟ ଏଠାରେ ଅନେକ ବର୍ଷ ଧରି ଚାଲି ଆସିଛି । ଏହାପରେ ପୂଜକଙ୍କ ଦ୍ଵାରା ବେଣ୍ଟ ବା ଶୀକାର କରିବାର ମଧ୍ୟ ପରମ୍ପରା ଅଛି ।

କିନ୍ତୁ, ବର୍ତ୍ତମାନ ଜଙ୍ଗଲ ଧ୍ବଂସ ହୋଇଥିବା କାରଣରୁ ଶୀକାର ମିଳିବା ପ୍ରାୟ ସମ୍ଭବ ହୋଇ ପାରୁ ନାହିଁ । ପ୍ରାୟ ୨୦ ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଯାତ୍ରା ପରିଚାଳନା କାର୍ଯ୍ୟରେ କେଶବ ପଣ୍ଡା,ଲକି ଗୌଡ଼, ସଦା ଗୌଡ଼ଙ୍କ ସମେତ କାମରା ଗ୍ରାମର ଭଦ୍ରବ୍ୟକ୍ତି ମାନେ ସହଯୋଗ କରିଥିବା ଜଣାପଡ଼ିଛି । ଯାତ୍ରା ସମାପନ ପରେ ଶୁକ୍ରବାର ରାତି କାମରା ବାଲିଗୁଡା ଓ ଚଲାଣଗୁଡ଼ା ଗ୍ରାମରେ ନାଟକ ପରିବେଷଣ ହୋଇଥିବା ଜଣାପଡିଛି ।

Leave a Reply