ଘରୁ ବାହାରିଥିଲେ ଯୁବକ, ମିଳିଲା ରକ୍ତାକ୍ତ ମୃତଦେହ

0
22
ଘରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୨୦/୦୪) : ଘରୁ ବାହାରିଥିବା ଯୁବକ ଆଉ ଘରକୁ ଫେରି ନ ଥିଲେ । ସମ୍ପର୍କୀୟଙ୍କ ଘରକୁ ଯାଇଥିବେ ଭାବି ପରିବାର ଲୋକେ ବି ରାତିରେ ବେଶି ଖୋଜାଖୋଜି କରି ନ ଥିଲେ ।

ମାତ୍ର ସକାଳୁ ମିଳିଲା ରକ୍ତାକ୍ତ ମୃତଦେହ । ଏପରି ଏକ ଅଭାବନୀୟ କାଣ୍ଡ ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅଞ୍ଚଳରେ ଘଟିଛି । ମୃତକ ହେଲେ ଜାମପାଲିର ବିଭିଷଣ ମହାରଥୀ । ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଜାମପାଲି ଗ୍ରାମର ବିଭିଷଣ ମହାରଥୀ ଗତକାଲି ରାତିରେ ଘରକୁ ଫେରିନଥିଲେ । ପରିବାର ଲୋକେ ଏଣେତେଣେ ଖୋଜିଥିଲେ ମାତ୍ର ତାଙ୍କର କୌଣସି ସନ୍ଧାନ ନମିଳିବାରୁ କୌଣସି ସମ୍ପର୍କୀୟ ଘରକୁ ଯାଇଥିବା ଭାବି ଆଉ ଖୋଜି ନଥିଲେ । ଆଜି ସକାଳେ ଗୌଡ଼ଦେଇ ମନ୍ଦିର ପଛପଟେ ରକ୍ତ ଉଡୁବୁଡୁ ଅବସ୍ଥାରେ ଏକ ଯୁବକଙ୍କ ମୃତଦେହ ପଡିଥିବା ଖବର ଶୁଣି ପରିବାର ଲୋକେ ଘଟଣା ସ୍ଥଳକୁ ଯାଇଥିଲେ । ସେଠାରେ ସେମାନେ ବିଭିଷଣଙ୍କ ମୃତଦେହ ଚିହ୍ନଟ କରିଛନ୍ତି ।

ମୃତଦେହ ପଡିଥିବା ସ୍ଥାନରୁ ଏକ ଘରକୁ ରକ୍ତ ଚିହ୍ନ ପଡିଛି । ଫଳରେ ଉକ୍ତ ଘରୁ ତାଙ୍କୁ ପିଟି ପିଟି ପିଟି ହତ୍ୟା ପରେ ବାହାରେ ଆଣି ପିଙ୍ଗି ଦେଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଉକ୍ତ ଘର ତାଲା ପଡିଥିବାରୁ ସନ୍ଦେହ ଆହୁରି ଘନୀଭୂତ ହୋଇଛି । ଖବର ପାଇ ବଘିଆପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ ଚଳାଇଛି। ତେବେ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ପାରି ନ ଥିବା ଜଣାଯାଇଛି ।

Leave a Reply