ବୋରିଗୁମ୍ମା ଖୁଡ଼ିଗୁଡ଼ା ଠାରେ ସରସ୍ବତୀ ଶିଶୁମନ୍ଦିର ନବନିର୍ମିତ କୋଠା ଉଦଘାଟିତ

0
47
ବୋରିଗୁମ୍ମା ଖୁଡ଼ିଗୁଡ଼ା

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୧୦/୧୧) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସଦର ମହକୁମା ନିକଟସ୍ଥ ଖୁଡୀଗୁଡ଼ା ସ୍ଥିତ ସରସ୍ବତୀ ଶିଶୁମନ୍ଦିରର ନୂତନ ଭାବେ ନିର୍ମିତ କୋଠା ସ୍ଥାନୀୟ ଭୈରବ ମହାବିଦ୍ୟାଳୟ ପାର୍ଶ୍ୱରେ ଶୁଭ ଉଦଘାଟନ ହୋଇଯାଇଛି ।Whatsapp Image 2023 11 10 At 20.22.39

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ମାନ୍ୟବର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇ ନୂତନ ବିଦ୍ୟାଳୟ କୋଠାକୁ ଉଦଘାଟନ କରିବା ସହ ଏହି ସରସ୍ବତୀ ଶିଶୁମନ୍ଦିରର ନୂତନ ପ୍ରଜ୍ଞାବିହାର ଯୋଗୁଁ ପିଲାମାନେ ନିରୋଳା ରେ ପାଠ ପଢାପଢି କରିପାରିବେ ବୋଲିି ନିଜ ବକ୍ତବ୍ୟ ରଖିଥିଲେ । ବିଧାୟକ ଶ୍ରୀ ବାହିନୀପତି ପିଲାମାନଙ୍କୁ ପିତା ମାତାଙ୍କ ସମ୍ପତ୍ତି କହିବା ସହିତ ଏହାର ଉନ୍ନତି ଓ ଅଗ୍ରଗତି ପାଇଁ ପରିଚାଳନା କମିଟି ଓ ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ମନୁଷ୍ୟ ଜୀବନ ଦୁର୍ଲଭ ଜୀବନ, ସତ ଶିକ୍ଷା ସହ ନିଃସ୍ଵାର୍ଥପର ଭାବେ ଜନକଲ୍ୟାଣରେ ବ୍ରତୀ ହୋଇ ଜୀବନକୁ ସାର୍ଥକ କରିବାକୁ ଶ୍ରୀ ବାହିନୀପତି ଶିଶୁମାନଙ୍କୁ ଆହ୍ଵାନ କରିଥିଲେ ।

ରାଜନୀତିରୁ ଉର୍ଦ୍ଧ୍ଵରେ ରହି ଜୟପୁର ରଣ୍ଡାପାଲି ଠାରେ ବିଶ୍ଵବିଦ୍ୟାଳୟ ପାଇଁ ତାଙ୍କର ପରିଶ୍ରମ ସାର୍ଥକ ହେବାକୁ ଯାଉଛି । ତେଣୁ ସେହି ଅଞ୍ଚଳର ଜମି ଉପରେ ଦଲାଲ ମାନଙ୍କର ଲୋଲୁପ ଦୃଷ୍ଟି ରହିଛି । ତେଣୁ ସେହି ଅଞ୍ଚଳର ଜମି ମାଲିକ ମାନେ ନିଜ ନିଜ ଜମି ତରବରିଆ ଭାବେ ଶସ୍ତା ଦରରେ ନ ବିକିବା ପାଇଁ ନିଜ ବକ୍ତବ୍ୟ ମାଧ୍ୟମରେ ପରାମର୍ଶ ଦେଇଥିଲେ ।ବୋରିଗୁମ୍ମାରେ ଏକ ସଂସ୍କୃତ ଟୋଲ ନିର୍ମାଣ କରିବାକୁ ମଧ୍ୟ ଶ୍ରୀ ବାହିନୀପତି ଅନୁରୋଧ କରିଥିଲେ । ସଂସ୍କୃତ ଟୋଲ ପାଇଁ ଉଦ୍ୟମ ଆରମ୍ଭ ହେଲେ ୨ଟି କିସ୍ତିରେ ୧୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପୂର୍ବରୁ ୩ ଦେଇଥିଲା ବେଳେ ଆହୁରି ୩ ଲକ୍ଷ ଟଙ୍କା ବିଧାୟକ ଅନୁଦାନ ରାଶି ଘୋଷଣା କରିବା ସହ ଏକ ଲକ୍ଷ ଟଙ୍କା ବ୍ୟାଙ୍କରେ ଫିକ୍ସ ଜମାରଖି ତାହାରି ସୁଧରେ ଆର୍ଥିକ ଅନାଟନ ପିଲାଙ୍କ ପାଠ ପଢା ଓ ଜାତୀୟ ସ୍ତରରେ ଖେଳିବାକୁ ଇଛୁକ ଗରିବ ପିଲାଙ୍କ ଖର୍ଚ୍ଚ କରିବା ପାଇଁ ବିଧାୟକ ପ୍ରଦାନ କରିବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ସଚ୍ଚିନ ମଲ୍ଲିକ,ଶିକ୍ଷା ବିକାଶ ସମିତି ଦକ୍ଷିଣ ସମ୍ଭାଗର ସମ୍ଭାଗ ସଂଯୋଜକ ସୁକାନ୍ତ କୁମାର ବେହେରା,ଜୟପୁର ସଂକୁଳ ପ୍ରମୁଖ ହେମନ୍ତ କୁମାର ଚାନ୍ଦ,ଲକ୍ଷ୍ମୀକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ ଦଣ୍ଡସେନା,ସମ୍ପାଦକ ସୂର୍ଯ୍ୟନାରାୟଣ ପଣ୍ଡା ,ପ୍ରଧାନ ଆଚାର୍ଯ୍ୟା ଶ୍ରୀମତି ମମତା ମହାପାତ୍ର ମଞ୍ଚାସୀନ ଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତି ମମତା ମହାପାତ୍ରଙ୍କ ଦୀର୍ଘ ୧୫ ବର୍ଷର ଦକ୍ଷ ପରିଚାଳନା ଓ ନିଃସ୍ଵାର୍ଥପର ଅବଦାନକୁ ଅତିଥି ମାନେ ଭୁରି ଭୁରି ପ୍ରଶଂସା କରିଥିଲେ।କୋଷାଧକ୍ଷ କାଳି ପାତ୍ର, ବୃ୍ନ୍ଦାବନ ପଣ୍ଡା ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ଓ କର୍ମଚାରୀ ଓ ଛାତ୍ରଛାତ୍ରୀ ଓ ଅବିଭାବକ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ ।