ବୃଥା ଗଲା ରୋହିତଙ୍କ ଶତକ, ୨୦ ରନରେ ଜିତିଲା ଚେନ୍ନାଇ

0
52
ବୃଥା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୫/୦୪) : ଗତକାଲି ୱାଙ୍ଖେଡ଼େରେ ମୁମ୍ବାଇ-ଚେନ୍ନାଇ ମଧ୍ୟରେ ଦେଖିବାକୁ ମିଳିଛି ଏକ ରୋମାଞ୍ଚକର ମୁକାବିଲା । ମହେନ୍ଦ୍ର ସିଂହ ଧୋନିଙ୍କ ୨୦ ରନ୍ ଆଗରେ ଫିକା ପଡିଯାଇଛି ରୋହିତ ଶର୍ମାଙ୍କ ଶତକୀୟ ପାଳି ।

ବୃଥା ଗଲା ରୋହିତଙ୍କ ଶତକ, ୨୦ ରନରେ ଜିତିଲା ଚେନ୍ନାଇ । ୨୦୬ ରନର ଟାର୍ଗେଟକୁ ପିଛା କରି ୧୮୬ ରନରେ ଅଟକି ଯାଇଛି ମୁମ୍ବାଇ । ଫଳରେ ଏହି ମୁକାବିଲାକୁ ୨୦ ରନରେ ଜିତି ନେଇଛି ଚେନ୍ନାଇ ସୁପର କିଙ୍ଗସ୍ । ଏହି ମ୍ୟାଚରେ ଟସ୍ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରାରମ୍ଭରୁ ଅଜିଙ୍କ୍ୟ ରାହାଣେଙ୍କ ମୂଲ୍ୟବାନ ୱିକେଟ ହରାଇଥିଲା ଦଳ। ସେ ମାତ୍ର ୫ ରନ୍ କରି ଆଉଟ୍ ହୋଇଯିବା ପରେ ରଚିନ ରବୀନ୍ଦ୍ରଙ୍କ ସାଥ୍ ଦେଇଥିଲେ ଋତୁରାଜ ଗାଏକ୍ୱାଡ। କିନ୍ତୁ କିଛି ସମୟ ପରେ ୨୧ ରନ୍ କରି ପାଭିଲିଅନ ଫେରିଥିଲେ ରଚିନ ।

ଏହାପରେ ଜମିଥିଲା ଗାଏକ୍ୱାଡ ଓ ଶିବମ ଦୁବେଙ୍କ ଯୋଡ଼ି।ଉଭୟ ଦର୍ଶନୀୟ ସର୍ଟ୍ସ ଖେଳି ୯୦ ରନର ଭାଗିଦାରୀ ଯୋଡ଼ିଥିଲେ । ଦଳୀୟ ସ୍କୋର୍ ୧୫୦ ହୋଇଥିବା ବେଳେ ଋତୁରାଜ ୬୯ (୪୦) ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ଡାରିଲ ମିଚେଲ ମଧ୍ୟ ୧୭(୧୪) ରନ୍ କରି ପାଭିଲିଅନ ଫେରିଥିଲେ। କିନ୍ତୁ ଶେଷ ଚାରି ବଲରେ ରୋମାଞ୍ଚ ଭରିଥିଲେ ମହେନ୍ଦ୍ର ସିଂହ ଧୋନି ।

ତିନୋଟି ଛକା ଓ ୨ ରନ୍ ବଳରେ ୨୦ ରନର ଭାଗିଦାରୀ ଯୋଡ଼ିଥିଲେ ଧୋନୀ। ଆଉ ଏହି ୨୦ ରନ୍ ହିଁ ମୁମ୍ବାଇ ପାଇଁ ଭାରି ପଡିଥିଲା । ଅପରାଜିତ ରହି ରୋହିତ ଶର୍ମା ୧୦୫ ରନ୍ କରିଥିଲେ ମଧ୍ୟ ଦଳକୁ ୨୦ ରନରେ ପରାଜିତ ହେବାକୁ ପଡିଛି । ରୋହିତ ଶର୍ମାଙ୍କ ବ୍ୟତୀୟ ଇଶାନ କିଶାନ ୨୩(୧୫), ତିଲକ ବର୍ମା ୩୧(୨୦) ରନ୍ କରିଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ମୁମ୍ବାଇର ଚାରିଟି ମୂଲ୍ୟବାନ ୱିକେଟ ନେଇଥିଲେ ମଥିସା ପତିରାଣା । ଘାତକ ବୋଲିଂ ପାଇଁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ପତିରାଣା ।