ସାବୁଆନ ଗଛ ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ

0
26
ସାବୁଆନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବେଲପଡ଼ା, (୨୧/୦୪) : ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଥିବା ବେଳେ ଆଜି ପୁଣି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ବାଗଦୋର ଗ୍ରାମପଞ୍ଚାୟତର ଥୁଡିବାହାଲ ବ୍ରିଜ ପାଖରେ ସାବୁଆନ ଗଛ ବୋଝେଇ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଯାହାଫଳରେ ଦୁର୍ଘଟଣା ସ୍ଥାନରେ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ଉକ୍ତ ଟ୍ରାକ୍ଟରଟି ଥୁଡିବାହାଲ ଗ୍ରାମପଟୁ ଆସୁଥିବା ବେଳେ ନିକଟରେ ଥିବା ଏକ ବ୍ରିଜଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଗାଡି ନମ୍ବର ହେଉଛି ଓଡ଼ି ୦୩ ଟି ୩୬୦୬ ଓ ଟ୍ରଲି ନମ୍ବର ଓଡ଼ି ୦୩ସି ୫୯୦୬ । ଏ ପର୍ଯ୍ୟନ୍ତ ଗାଡି ମାଲିକ କେଉଁ ଗାଁର ଓ ମୃତବ୍ୟକ୍ତି ଜଣକ କିଏ ଜଣା ପଡ଼ିନାହିଁ । ତେବେ ଘଟଣାସ୍ଥଳରେ ବେଲପଡା ପୋଲିସ, ଅଗ୍ନିଶମ ବିଭାଗ ଓ ଜଙ୍ଗଲ ବିଭାଗ ଅଧିକାରୀମାନେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।